ମେଘା ପ୍ରୋଜେକ୍ଟରୁ ଵିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହେତୁ ସ୍ୱୟଂ ସହାୟକ ଗୋଷ୍ଠୀ ଦଶପୁର ଫାଣ୍ଡିରେ ଅଭିଯୋଗ
,ଗୋଲାମୁଣ୍ଡା/୩/୫/୨୬/ପ୍ରଚଣ୍ଡ ଗ୍ରୀଷ୍ମ ଖରାରେ ଲୋକେ ପାଣି ପାଇଁ ହନ୍ତସନ୍ତ ଡହଳ ବିକଳଓ ହାହାକାର ହେଉଛନ୍ତି, ଏଭଳି ସ୍ଥଳେ ମେଘା ପ୍ରୋଜେକ୍ଟ ରୁ ଵିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ଦେଖା ଦେଇଛି ବୋଲି ବନ୍ଦା ଗାଁର ଜଣେ ବୃଦ୍ଧା ଓ ନିଜ ମାଆ ଙ୍କ ସହ ଜଣେ ଆଠ ବର୍ଷ ର ପୁଅ ଏବଂ ଅଧିକାଂଶ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାଣି ପାଇଁ ଆଜି ଦଶ ପୁର ପୁଲିସ ଫାଣ୍ଡି ଅଧିକାରୀ ଙ୍କ ନିକଟରେ ଲିଖିତ ଭାବେଅଭିଯୋଗ କରିଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବନ୍ଦା ଗାଁ ଠାରେ ମେଘା ପ୍ରୋଜେକ୍ଟ ଇଣ୍ଟେକ୍ସ ରହିଛି, ହେଲେ ଦୁର୍ଭାଗ୍ୟ ଜନକ ଯେ ବନ୍ଦା ଗାଁ ରେ ପ୍ରାୟ ଛଅ ମାସ ହେଉଛି ପାଣି ପିଇବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କ୍ଷୋଭ ପ୍ରକାଶ କରିଛନ୍ତି ,ଗତ ତା ୨୧/୫/୨୫ ରେ ମଧ୍ଯ ଲିଖିତ ଭାବେ ମେଘା ପ୍ରୋଜେକ୍ଟର ମହିଳା ଜେଇ କର୍ମ ଚାରିଙ୍କୁ ଓ ଦଶ ପୁର ପୁଲିସ ଅଧିକାରୀ ଙ୍କୁ ଜଣାଇ ଥିଲୁ, ଅଥଚ ବିଭଗୀୟ ମହିଳା ଜେଇ ଲିଖିତ ଭାବେ ପ୍ରତି ଶ୍ରୁତି ଦେଇଥିଲେ, ହେଲେ ଦୁଃଖର ବିଷୟ ଯେ ଆଜକୁ ଛଅ ମାସ ହେଉଛି ପାଣି ଯୋଗାଇବାରେ ବିଫଳ ଦେଖା ଦେଇଛି ,ଏ ନେଇ ଆଜି ରବିବାର ଦିନ ସକାଳେ ଉକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦଶ ପୁର ପୁଲିସ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେ ପ୍ରତିଶୃତି ଦେଇ ପାଣି ଯୋଗାଇବାରେ ବିଫଳ ହେତୁ ଆସନ୍ତା ତା ୫/୫/୨୬/ମଙ୍ଗଳବାର ଦିନ ମେଘା ପ୍ରୋଜେକ୍ଟ ଇଣ୍ଟେକ୍ସ କୁ ତାଲା ବନ୍ଦ କରିବା ପାଇଁ ପୁତୁନା ଶା, ପଦ୍ମାବତୀ ସା, ରୁକ୍ମଣୀ ସାହୁ, , ମିନା ବାରିକ, ପୂର୍ଣ୍ଣମୀ ସା, ଦେବକୀ ଲହଜଲ୍, ଦିପାବାରିକ,ମଦନ ସୁନାନୀ, ଭୋଜନ ସାହୁ ପ୍ରମୁଖଙ୍କ ସହ ଜଣେ ବୃଦ୍ଧା ମା ଓ ଆଠ ବର୍ଷର ପୁଅ ନିଜ ମାଆଙ୍କ ସହିତ ଆସି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ଏ ପରୀପ୍ରେକ୍ଷୀରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଚେତାବନି ଦେଇଛନ୍ତି, ଏ ନେଇ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ବିଭଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା କାଲି ସୋମବାର ଦିନ ପାଣି ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି ବୋଲି କହିଥିଲେ, ହେଲେ ଦେଖିବାକୁ ବାକି ରହିଲା ଯେ, ଗତ ବର୍ଷ ଭଳି ଦେଇ ଥିବା ପ୍ରତିଶୃତି ଏବେ ବି ବିଭଗୀୟ ଅଧିକାରୀଙ୍କ ମିଛ ପ୍ରତିଶୃତି କହୁ ନାହାନ୍ତି ତୋ ,କଳାହାଣ୍ଡି ଗୋଲାମୁଣ୍ଡା ରୁ କପୁରଚନ ସେଠିଆ ଙ୍କ ରିପୋର୍ଟ,ଜାଗ୍ରତଭାରତ ନିୟୁଜ



