ତାଳଚେରରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ
ତାଳଚେର, ୦୮/୦୫ ତାଳଚେର ଉପଖଣ୍ଡ ରେଡକ୍ରସ ସୋସାଇଟି ପକ୍ଷରୁ ହାଟତୋଟା ସ୍ଥିତ ପଂଚାୟତ ସମିତି ସଭାଘର ଠାରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ରେଡକ୍ରସ୍ ସୋସାଇଟିର କାର୍ଯ୍ୟକାରୀ ସଦସ୍ୟ ବଳରାମ ପତିଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ଉପଖଣ୍ଡ ରେଡକ୍ରସ୍ ସୋସାଇଟିର ସଭାପତି ତଥା ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ତାଳଚେର ବ୍ଲକର ଏବିଡିଓ ସୁଜାତା ତ୍ରିପାଠୀ ଓ ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ଗଙ୍ଗାଧର ବେହେରା ଯୋଗଦେଇ ତାଳଚେର ଉପଖଣ୍ଡରେ ଯୁବ ରେଡକ୍ରସ୍ ଶାଖା ଖୋଲାଯିବା ସହ ରେଡକ୍ରସ୍ ର ନୂତନ ସଭ୍ୟ ଓ ପାଣ୍ଠି ସଂଗ୍ରହ ଉପରେ ଆଲୋପକାତ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।



