ପୌରପିଷଦ ଉପ-ନଗରପାଳ ବିରୁଦ୍ଧରେ ଆସିଲା ଅନାସ୍ତ ପ୍ରସ୍ତାବ
ତାଳଚେର, ୦୮/୦୫ ତାଳଚେର ପୌରପରିଷଦ ଉପନଗରପାଳ କାର୍ଯ୍ୟ କରିବା ଅସମର୍ଥ ଓ ଦୀର୍ଘଦିନ ହେବ କାଉନସିଲ ବୈଠକରେ ଅନୁପସ୍ଥିତ ରହୁଥିବାରୁ ବିଜେଡ଼ି ଦଳର ଉପନଗରପାଳ ଶୁଭଶ୍ରୀ ଶୁସ୍ମିତା ପ୍ରଧାନଙ୍କ ବିରୁଦ୍ଧରେ ଅଣାଯାଇଛି ଅନସ୍ତା ପ୍ରସ୍ତାବ । ୧ୱାର୍ଡ଼ର ଆସିଫ ଖାନ, ୨ନଂ- ଯଶୋବନ୍ତ ମିଶ୍ର, ୩ନଂ- ଲିପିକା ବେହେରା, ୬ନଂ- ଜିତେନ୍ଦ୍ର ଭୂତିଆ, ୮ନଂ- ସନ୍ତୋଷ ବେହେରା, ୯ନଂ- ମମତା ରାଉତ, ୧୦ନଂ- ଅଜିତ ସାହୁ, ୧୧ନଂ- ନିରୁପମା ପଟ୍ଟନାୟକ, ୧୨ନଂ- ସଞ୍ଜିବ ଗଡ଼ନାୟକ, ୧୪ନଂ- ବଲବିନ୍ଦର କୌର, ୧୫ନଂ- ସରିତାପାଳ, ୧୬ନଂ- ସ୍ୱାଧିନ ଥମ୍ବ, ୧୮ନଂ- ଲୀନା ସାହୁ, ୨୦ନଂ- ସାନ୍ତନୁ ମିଶ୍ର, ୨୧ନଂ- ଅନିତା ବିଶ୍ୱାଳ ଏପରିକି ବିଜେପିର ୧୬ଜଣ କାଉନସିଲର ଆଜି ଅନୁଗୋଳ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏଡ଼ିଏମଙ୍କୁ ଏସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି । ପ୍ରକାଶ ଥାଉକି, ୨୧ଟି ୱାର୍ଡ଼କୁ ନେଇ ତାଳଚେର ପୌରପରିଷଦ ଗଠନ କରାଯାଇଥିବା ବେଳେ ତାଳଚେର ନଗରପାଳ ସମେତ ସର୍ବାଧିକ କାଉନସିଲର ବିଜେପିରେ ଯୋଗଦାନ କରିବାପରେ ବିଜେଡ଼ିର ୫ଜଣ କାଉନସିଲର ରହିଛନ୍ତି । ତେଣୁ ଆଗାମୀ ଦିନରେ ତାଳଚେର ପୌରପରିଷଦ ରୂପରେଖ କ’ଣ ହେଉଛି ତାହା ସମୟ କହିବ ।



