ତାଳଚେରରେ ଦୋକାନ ବଜାର ସହିତ ଅଖଚକ ବନ୍ଦ

ତାଳଚେର, ୦୮/୦୫ ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ରୋଗୀ ସେବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଂଟିଆ ତାଳଚେର ବନ୍ଦ ସଫଳ ହୋଇଛି । ଯାହା ଫଳରେ ତାଳଚେରରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୋକାନ ବଜାର, ବ୍ୟାଙ୍କ, ବିଭିନ୍ନ ସରକାରୀ ଅଫିସ୍ ଓ ବେସରକାରୀ ଅଫିସ୍ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ତାଳଚେରର ଜନସାଧାରଣ ନିଜସ୍ୱ ଭାବେ ଏହି ବନ୍ଦକୁ ସମର୍ଥନ କରି ବନ୍ଦ ରେ ସାମିଲ୍ ହୋଇଥିଲେ । ବହ୍ଲର ଛକ ଠାରେ ଜାତୀୟ ରାଜପଥକୁ ବନ୍ଦ କରିଥିବା କମିଟିର ସାଧାରଣ ସଂପାଦକ ବିଜୟ ପ୍ରଧାନ, ସୁରଥ ରଥ, ଗଦାଧର ପାତ୍ର ଙ୍କୁ ପୋଲିସ୍ ଥାନାରେ ଅଟକ ରଖିଥିବା ସହ ମାମଲା ରୁଜୁ କରିଥିଲେ । ସେହିପରି କମିଟିର ସଭାପତି ଅଭୟ ପାଣିଙ୍କ ନେତୃତ୍ୱରେ କଂଗ୍ରେସ୍ ନେତା ପ୍ରଫୁଲ ଦାସ, ରୀତାରାଣୀ ଦାସ, ନଖିଆ ସାହୁ, ମନୋଜ ସାହୁ, ଗଗନ ଦାସ, ଶରତ ଦାସ, ବିନୋଦ ଲାଲ୍ ପ୍ରମୁଖ ଡେରା ଓଭରବ୍ରିଜ୍ ଠାରେ କୋଇଲା ବୋଝେଇ ଟ୍ରେନ୍ କୁ ଅଟକ ରଖିଥିଲେ । ଏହି ଆନ୍ଦୋଳନକୁ ସମର୍ଥନ କରି ନିଜ କର୍ମି ମାନଙ୍କ ସହିତ ରେଳ ଚଳାଚଳକୁ ବନ୍ଦ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ସେହିପରି ଚୈତନ୍ୟ ପ୍ରଧାନ, କେଶବ ଭୂତିଆ, ସୁଲେଖ ସେଠୀ, ଜିନେସ ସାହୁ, ପ୍ରଫୁଲ ନାଏକ, ଦାସରଥି ସାହୁ, ହରିହର ଦାସ, ସନ୍ତୋଷ ମହାରଣା, ବଳରାମ କୁଣ୍ଡଙ୍କ ନେତୃତ୍ୱରେ ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ପେଟ୍ରୋଲ୍ ପମ୍ପ ଇତ୍ୟାଦି ଗୁଡିକୁ ବନ୍ଦ କରିଥିଲେ । ଏହି ଆନ୍ଦୋଳନରେ ପୂର୍ବତନ ସାଂସଦ ମହେଶ ସାହୁ, କଂଗ୍ରେସ୍ ନେତ୍ରୀ ସସ୍ମିତା ବେହେରା, ରାଜକିଶୋର ସାହୁ, ରମାକାନ୍ତ ସାମଲ, ଶୁଭେନ୍ଦୁ ରଥ, ଶେଷ ମହାନ୍ତି, ସୁଶାନ୍ତ ସାମଲ, ଧିରେନ୍ ପାଣି, ପ୍ରତାପ ପଟ୍ଟନାୟକ, ସନ୍ତୋଷ ଦେହୁରୀ, ବାସନ୍ତି ନାଥ, ପିଂଟୁ ପ୍ରଧାନ, ପ୍ରେମାନନ୍ଦ ମହାନ୍ତି ପ୍ରମୁଖ ଶତାଧିକ ଜନସାଧାରଣ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


