ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି । ଶନିବାର ସକାଳ ୧୧ଟାରେ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଉପସ୍ଥିତ ଅଛନ୍ତି । ଏନଡିଏ ଶାସିତ ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତି ଅଛନ୍ତି ।ପଶ୍ଚିମବଙ୍ଗରେ ଆଞ୍ଚଳିକ ରାଜନୈତିକ ଶକ୍ତିର ଦୀର୍ଘକାଳୀନ ପ୍ରାଧାନ୍ୟକୁ ଶେଷ କରି ବିଜେପି ୨୦୭ ଆସନ ହାସଲ କରିଛି ଏବଂ ଏକ ନୂତନ ରାଜନୈତିକ ଅଧ୍ୟାୟର ପୃଷ୍ଠଭୂମି ସ୍ଥାପନ କରିଛି।ନିର୍ବାଚନ ଫଳାଫଳ ପରେ, ଅଧିକାରୀ ରାଜ୍ୟପାଳ ଆରଏନ ରବିଙ୍କୁ ଭେଟି ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବରେ ଦାବି କରିଥିଲେ। ଲୋକଙ୍କ ଜନାଦେଶକୁ “ଐତିହାସିକ” ବୋଲି ଅଭିହିତ କରି ନୂତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ନିର୍ବାଚନ ପ୍ରଚାର ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବା ଉପରେ ଧ୍ୟାନ ଦେବ ଏବଂ ବିକାଶ, ସ୍ଥିରତା ଏବଂ ଶାସନ ସଂସ୍କାରକୁ ପ୍ରାଥମିକତା ଦେବ।



