ପଇସା ମାଗିବାକୁ ଯାଇ ବୃଦ୍ଧା ମହିଳା ନିଖୋଜ, ଥାନାରେ ଅଭିଯୋଗ ଧାର ଦେଇଥିବା ଟଙ୍କା ମାଗିବାକୁ ପଡୋଶୀଙ୍କ ଘରକୁ ଯାଇଥିବା ଜଣେ ବୃଦ୍ଧା ନିଖୋଜ ହୋଇଥିବା ଘଟଣା ଅନୁଗୋଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜୋରଦାର କରିଥିବାବେଳେ ଜଣେ ଦମ୍ପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।ସୂଚନା ଅନୁଯାୟୀ,ବଅଁରପାଳ ବ୍ଲକ ଗିରାଙ୍ଗ ବାଲିସାହିର ସୁସମା ସାମଲ (୫୫) ସେହି ଗ୍ରାମରେ ବସବାସ କରି ରହୁଥିବା ବିଜୟ ଗଡନାୟକଙ୍କୁ ଧାର ସୂତ୍ରରେ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ। ଦୀର୍ଘଦିନ ଧରି ଟଙ୍କା ଫେରସ୍ତ ନମିଳିବାରୁ ସେ ବାରମ୍ବାର ବିଜୟଙ୍କ ଘରକୁ ଯାଉଥିବା କୁହାଯାଉଛି। ଏହାକୁ ନେଇ ସେ ମାନସିକ ଚାପରେ ମଧ୍ୟ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।ଆଜି ସକାଳେ ବିଜୟ ଟଙ୍କା ଫେରାଇବେ ବୋଲି କହିବା ପରେ ସୁସମା ତାଙ୍କ ଘରକୁ ଯାଇଥିଲେ। ହେଲେ ଦୀର୍ଘସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପୁଅ ରଞ୍ଜନ ସାମଲ ଥାନାରେ ନିଖୋଜ ଅଭିଯୋଗ କରିଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ପରେ ବିଜୟ ଗଡନାୟକ ଓ ତାଙ୍କ ପତ୍ନୀଙ୍କୁ ଥାନାକୁ ଆଣି ପଚରାଉଚରା ଆରମ୍ଭ କରାଯାଇଛି।ଏପଟେ ମହିଳାଙ୍କୁ କେହି ଅପହରଣ କରିଛି କିମ୍ବା ସେ ମାନସିକ ଅସ୍ଥିରତାରେ କେଉଁଠିକି ଚାଲିଯାଇଛନ୍ତି କି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ଗ୍ରାମବାସୀମାନେ ବିଜୟଙ୍କ ଘରକୁ ଯାଇ ମହିଳାଙ୍କୁ ଲୁଚାଇ ରଖାଯାଇଥିବା ଅଭିଯୋଗ କରିଥିଲେ। ପରିସ୍ଥିତି ଉତ୍ତପ୍ତ ହେବାରୁ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ବିଜୟଙ୍କ ପରିବାରକୁ ସୁରକ୍ଷା ଦେଇଥିଲା।ପରେ ଡିଏସପି ସୁକୁମାର ତ୍ରୀପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଥିବା ସୂଚନା ମିଳିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

