ଯୋଗ୍ୟ ହିତାଧାରୀଙ୍କୁ ୨ଡ଼େସିମିଲି ଜାଗା ଦେବାକୁ ଅସମର୍ଥ
଼ତାଳଚେର, ୧୭/୦୫ ତାଳଚେର ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ବିଭିନ୍ନ ମୁଦାକୁ ନେଇ ବାରମ୍ବାର ପ୍ରଶାସନ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇ ଆସୁଥିଲେ ହେଁ ତାଳଚେର ଭଳି ଏକ ଶିଳ୍ପାଚଂଳରେ, ତାଳଚେର ବ୍ଲକ ଘଂଟାପଡ଼ା ଆରାଆଇ ସର୍କଲରେ ଯୋଗ୍ୟ ହିତାଧାରୀଙ୍କୁ ମାତ୍ର ଦୁଇଡ଼େସିମିଲି ଜାଗା ଦେବାକୁ ଅସମର୍ଥକୁ ନେଇ ସଂଘର ସଭାପତି ଭୂପେନ ଥମ୍ବ ଦୁଃଖ ପ୍ରକାଶ କରିବାସହ ତୁରନ୍ତ ଅସହାୟ ଗରୀବ ଦାରିଦ୍ର ସୀମାରେଖା ତଳେ ରହିଥିବା ଲୋକଙ୍କୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି ବୋଲି ସେ ଦୁଇବର୍ଷ ତଳେ ତାଳଚେର ଉପଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଯେ, ସରକାରୀ ଜନକଲ୍ୟାଣ ମାଧ୍ୟମରେ ଗରୀବ ହିତାଧିକାରୀ ୨ଡ଼େିସିମିଲି ଜାଗା ଯୋଗାଇ ଦେବାନେଇ ନିୟମ ଥିଲେ ମଧ୍ୟ ତାଳଚେରରେ ଗରୀବ ହିତାଧିକାରୀଙ୍କୁ ଏସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଏମସିଏଲ, ଏନଟିପିସି, ରେଲୱେ, ଟିଟିପିଏସ୍ ଓ ଘରୋଇ ସଂସ୍ଥା ଗୁଡ଼ିକୁ ଶହଶହ ଏକର ଜମି ଯୋଗାଇ ଦେଉଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ମାତ୍ର ଦୁଇଡ଼େସିମିଲି ଜାଗା ଗରୀବଙ୍କୁ ଦେବାକୁ ଅସମର୍ଥ । ଯାହା ଫଳରେ ଗରୀବ ହିତାଧିକାରୀମାନେ କି ଖରା, କି ବର୍ଷାରେ ଜରିପାଲ ତଳେ ଆଶ୍ରୟ ନେଉଥିବା ତାଳଚେର ଉପଖଣ୍ଡ ପାଇଁ ଲଜ୍ଜ୍ୟାଜନକ ବିଷୟ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

May 18, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-4-scaled.jpg)
