ତାଳଚେରରେ ବଢ଼ି ଚାଲିଛି ଖରା : ଜନଜୀବନ ଅସ୍ତବ୍ୟସ୍ତ, ବିଜୁଳି ସମସ୍ୟା ଊତ୍କଟ

ତାଳଚେର, ୧୮/୦୫ ଓଡ଼ିଶାର ଉତପ୍ତ ସହରଭାବେ ତାଳଚେର ପରିଣତ ହୋଇଥିବା ବେଳେ ଆଜକୁ ଦୁଇଦିନ ହେବ ପାରଦ ଖସୁନି ତଳକୁ । ଏହା ପୂର୍ବରୁ ବାତ୍ୟାଜନିତ ପାଗ ଯୋଗୁଁ କିଛି ଦିନ କୋହଲା ରହିଥିଲା । କିନ୍ତୁ ଚ୍ରମାଗତଭାବେ ଦୁଇଦିନ ପାରଦ ଉପରମୁହାଁ ରହିଥିବା ବେଳେ ପ୍ରବଳ ଖରା ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରିବା ସହ ବିଜୁଳିର ଲୁକାଳି ଖେଳ ଓ ଲୋୋଲଟେଜ୍ ଆହୁରି ଯନ୍ତ୍ରଣା ଦ୍ୱିଗୁଣିତ କରୁଛି । ଗତକାଲି ସର୍ବନିମ୍ନ ତାପମାତ୍ରା ସରକାରୀ ସୂତ୍ରରୁ ୪୦ଡ଼ିଗ୍ରୀ ରହିଥିବା ବେଳେ ତାହା ବୃଦ୍ଧି ପାଇଁ ଆଜି ୪୧.୬ ଡ଼ିଗ୍ରୀ ସେଲସିଅସ୍ରେ ପଂହଚିଛି । ଆଜି ସକାଳ ୮ଟା ବେଳୁ ଖରାର ତେଜ ପ୍ରଖର ଥିଲା । ମଧ୍ୟାହ୍ଣ ୧୨ଟା ପରେ ରାସ୍ତା ଜନଶୂନ୍ୟ ହେବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖାଯାଇଥିଲା । ଅପରପକ୍ଷେ ତାଳଚେର ଅଂଚଳରୁ ବିଦ୍ୟୁତ୍ ବାହାର ରାଜ୍ୟକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦିଆଯାଉଥିବା ବେଳେ ଦୀପତଳ ଅନ୍ଧାର ସଦଶ୍ୟ ତାଳଚେରରେ ଏହାର ବ୍ୟତୀକ୍ରମ ଦେଖିବାକୁ ମିଳିଛି । ଲୋଭୋଲଟେଜ୍ ସମସ୍ୟା ଉତ୍କଟ ହେବାରୁ ଲୋକେ ଦହଗଞ୍ଜ ହେଉଥିବା ଅଭିଯୋଗ ହେଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖରାଦିନରେ ବିଜୁଳିକାଟ୍ ଓ ଲୋଭୋଲଟେଜ୍ ସମସ୍ୟା ନଉପୁଜୁବା ପାଇଁ ତାଗିଦ୍ କରିଥିଲେ ହେଁ ତାଳଚେର ଭଳି ଏକ କଳାହୀରା ସହରରେ ଏହାକୁ ପଚାରେ ବା କିଏ? ଖରାର ପ୍ରକୋପ ସହିତ ଖଣି ଗୁଡ଼ିକରେ କୋଇଲା ପୋଡ଼ି, ବିଭିନ୍ନ କଳକାରଖାନାରୁ ନିର୍ଗତ ବାଷ୍ପ ଯୋଗୁଁ ଏଠାରେ ତାପମାତ୍ର ଓ ପାରଦ ସବୁବେଳେ ଉପରମୁହାଁ ରହୁଥିବା ଚର୍ଚ୍ଚା ହେଉଛି । ତେଣୁ ବିଦ୍ୟୁତକାଟ୍ ଏବଂ ଲୋଭୋଲଟେଜ୍ ସମସ୍ୟାକୁ କିପରି ଏଡ଼ାଇ ଦିଆଯାଇପାରିବ ତାଉପରେ ପ୍ରଶାସନ ଗୁରୁତ୍ୱ ଦେବାକୁ ତାଳଚେରବାସୀ ଦାବି କରିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-2-scaled.jpg)
