କେନ୍ଦୁଝରସହରରେ କାଳବୈଶାଖୀର ତାଣ୍ଡବରେ ଚାଲିଗଲା ତିନିଜଣକର ଜୀବନ, ଜଣେ ଗୁରୁତର ।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ସଦର ତଥା କେନ୍ଦୁଝର ଟାଉନ୍ ଥାନା ନରଣପୂରରେ ତାଣ୍ଡବ ଲୀଳା ରଚିଲା କାଳବୈଶାଖୀ, ପ୍ରବଳ ବର୍ଷା ପବନରେ ଭାଙ୍ଗିଲା ଟେଣ୍ଟ। ଟେଣ୍ଟ ତଳେ ଚାପି ହୋଇ ତିନିଜଣ ମୃତ, ଜଣେ ଗୁରୁତର ‘ ଏବଂ ହରିଡାଗୋଠ ଠାରେ ଘରଭାଙ୍ଗି ଜଣେ ଗୁରୁତର । ୨୧ତାରିଖ ଆପରାହ୍ନରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା | ନରଣପୂର ଠାରେ ଥିବା ଏକ ଟେଣ୍ଟ ହାଉସର ଲୁହା ସାମଗ୍ରୀ ଆଦି ଜିନିଷପତ୍ର ଏକ ଭାଡ଼ା ଥୁଆ ହୋଇଥିଲା ଓ ତା ତଳେ ୪ ଜଣ ଶୋଇଥିଲେ ଏହି ସମୟରେ ଭାଡାଟି ଭାଙ୍ଗି ଯାଇଥିଲା । ଫଳରେ ତଳେ ଶୋଇଥିବା ୪ ଜଣ ଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଖୋଦ ତହସିଲଦାର ଓ ଅଗ୍ନୀ ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଗୁରୁତରକୁ ଚିକିତ୍ସା ପାଇଁ ମେଡିକାଲ୍ କୁ ସ୍ଥାନାନ୍ତରିତ କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



