କୋଲିୟରୀ ଉଚ୍ଚ ବିଦ୍ୟାଳୟ ଡେରାର ୧୯୯୩ ବ୍ୟାଚର ବନ୍ଧୁ ମିଳନ,

ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କୋଲିୟରୀ ଉଚ୍ଚ ବିଦ୍ୟାଳୟ ଡେରାର ୧୯୯୩ ବ୍ୟାଚର ବନ୍ଧୁ ମିଳନ ଏମ୍ ସି ଏଲ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା। ଏହି ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ରାଜ୍ୟ ବାହାର ଓ ବିଭିନ୍ନ ଜିଲ୍ଲାରୁ ୭୫ ପରିବାର ଉପସ୍ଥିତ ଥିଲେ। ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ଦିପ୍ତି ଘୋଷ,ଧ୍ରୁବ ଚରଣ ଦେହୁରୀ,ପୂର୍ଣ ଚନ୍ଦ୍ର ରଥ, ପୁରୁଷୋତ୍ତମ ରାଉତ, ଶେଷଦେବ ପଣ୍ଡା,ସନାତନ ବେହେରା,ସୁଷମା ସାହୁ (AB ), ଜୟନ୍ତୀ ଦାସ, ଉମାକାନ୍ତ ପାଣି,ପଙ୍କଜିନୀ ପ୍ରଧାନ, ଜ୍ୟୋସ୍ନା ରାଣି ତ୍ରିପାଠୀ,ତ୍ରୀଲୋଚନ ସାହୁ, ବୈଷ୍ଣବ ଚରଣ ସାହୁଙ୍କ ସହ କିରାଣୀ ଦୁଃଶାସନ ସାହୁ ଓ ପିଅନ ନରୋତ୍ତମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ପରେ ଯେଉଁ ଶିକ୍ଷକ ଓ ପୁରାତନ ଛାତ୍ର ଦୁନିଆ ଛାଡ଼ି ଚାଲି ଯାଇଛନ୍ତି, ତାଙ୍କ ଫଟୋ ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।ଏହି ବନ୍ଧୁ ମିଳନ ରେ ମୁଖ୍ୟକାର୍ଯ୍ୟ ନିର୍ବାହ କରିଥିଲେ ଲୋକନାଥ ବେହେରା, ଶ୍ରୀକାନ୍ତ ପ୍ରଧାନ,ଦିପ୍ତେନ୍ଦୁ ସାମନ୍ତ,ପପୁ ରଥ, ସେହିପରି ରଞ୍ଜନ ପରିଡ଼ା, ପର୍ଶୁରାମ ସାହୁ, ଶ୍ରୀକାନ୍ତ ବେହେରା, ସିଶିର ପାଲ, ଅସିତ୍ ସାହୁ, ସନ୍ତୋଷ ବିଶ୍ୱାଳ, ବବିତା ମହାପାତ୍ର, ଯଶୋଦା ପ୍ରଧାନ,ଉମନ୍ତୀ ସାହୁ, କୃଷ୍ଣ ଚନ୍ଦ୍ର ରାଉତ, ଅମୂଲ୍ୟ ସାହୁ,ବଳଭଦ୍ର ସାହୁ ଓ ସୁଜନ ସାହୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦାୟିତ୍ଵ ଲିଭାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗାର୍ଗୀ ଦେବ, ସରୋଜ ସାହୁ,ଅମ୍ରୀତା ଚାନ୍ଦ,ବବି ମହାରଣା ପ୍ରମୁଖ ଉତ୍ସାହିତ କରିଥିଲେ । ଏଥିରେ ମଞ୍ଚ ପରିଚାଳନା କରିଥିଲେ କବି କରୁଣାକର ବାଇ। ତେବେ ଏହି ମିଳନକୁ ଆସିଥିବା ପୁରାତନ ଛାତ୍ରଛାତ୍ରୀ ଓ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର ସ୍ମୃତି ସବୁ ମନେପକାଇ ବେସ୍ ଆନନ୍ଦିତ ହୋଇଥିଲେ।ସୁନୀଲ ସାମଲ ଙ୍କ ରିପୋର୍ଟ,
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)


