ବ୍ରହ୍ମପୁର: ପୁଣି ଏକ ଏନକାଉଣ୍ଟର୍ ହୋଇଛି । ପୁଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ଆହତ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି।
ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ଼ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା ।
ପୂର୍ବରୁ ଦୁଇଟି ଏନକାଉଣ୍ଟର୍ ହୋଇଥିବା ବେଳେ ବିଳମ୍ବରେ ଆଉ ଏକ ଏନକାଉଣ୍ଟର ହୋଇଛି। ତଥାପି ବ୍ରହ୍ମପୁର ଅଶାନ୍ତ ରହିଛି। ଅପରାଧୀମାନେ ଯଦି ସୁଧୁରିବେନି ତେବେ ଏନକାଉଣ୍ଟର ସଂଖ୍ୟା ଵୃଦ୍ଧି ପାଇବ ବୋଲି ଜଣାପଡ଼ିଛି।
ବ୍ରହ୍ମପୁର: ପୁଣି ଏକ ଏନକାଉଣ୍ଟର୍ ହୋଇଛି । ପୁଲିସ ଗୁଳିରେ ଆହତ ମଙ୍ଗଳା ବେହେରାଙ୍କ ଆକ୍ରମଣକାରୀ ତଥା ଅଭିଯୁକ୍ତ ଜଗା ସାହୁ ଓରଫ ଜଗନ୍ନାଥ ଆହତ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଜଗା ବାଉରୀ ସୁକୁଣ୍ଡାରେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିବା ବେଳେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି। ଆହତ ଜଗାଙ୍କୁ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।



