ଚୋରି ମାମଲା ର ୨୪ ଘଣ୍ଟା ପରେ ୪ ଅଭିଯୁକ୍ତ ଗିରଫ
ଭଟଲି : – ବରଗଡ଼ ଜିଲ୍ଲା ଭଟଲି ଥାନା ବ୍ଲକ୍ ସଦରଠାରୁ ୫ କିଲୋମିଟର ଦୂର ପିପଲମୁଣ୍ଡାକୁ ସ୍ଥାନାନ୍ତରିତ ହୋଇଥିବାରୁ ଅଞ୍ଚଳରେ ଦିନକୁ ଦିନ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫) ଙ୍କ ଘରୁ ଚୋରି ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକେ ଶୋଇଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଗୋଦରେଜ ଭାଙ୍ଗି ଭିତରେ ଥିବା ସୁନାହାର, କାନଫୁଲ, ଦୁଇଟି ସମ୍ବଲପୁରୀ ଶାଢ଼ି ଓ କିଛି ନଗଦ ଟଙ୍କା ଚୋରି କରି ନେଇଥିଲେ । ଅଭିଯୋଗ ପରେ ଭଟଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଥାନାଅଧିକାରୀ ବିଭୂତି ଭୂଷଣ ଦଳେଇଙ୍କ ତତ୍ତ୍ଵାବଧାନରେ ପୁଲିସ ଟିମ୍ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ମାତ୍ର ୨୪ ଘଣ୍ଟା ଭିତରେ ପୁଲିସ ଚୋରି ଘଟଣାରେ ସଂପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କୁଶନପୁରୀ ଗ୍ରାମର ଗୋବିନ୍ଦ ଡନସନା(୨୭)ଗୁରୁଦେବ
ପଟେଲ(୨୩), ସାହିଲ ରାଜ ମହମ୍ମଦ (୨୬) ଓ ବନମାଳୀ ବିଶ୍ଵାଳ (୧୯)। ପୁଲିସ୍ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି। ଏହା ପୂର୍ବରୁ ଏକାଧିକ ମାମଲାରେ ଅଭିଯୁକ୍ତମାନେ ସଂପୃକ୍ତ ଥିବା ଥାନାଧିକାରୀ ଶ୍ରୀ ଦଳେଇ ସୂଚନା ଦେଇଛନ୍ତି। ବାରମ୍ବାର ଏପରି ଚୋରି ଘଟଣାମାନ ଘଟୁଥିବା ଯୋଗୁଁ ଭଟଲି ପୁରୁଣା ଥାନାଠାରେ ତୁରନ୍ତ ଏକ ପୁଲିସ ଫାଣ୍ଡି ସ୍ଥାପନ କରିବାକୁ ଜନସାଧାରଣରେ ଦାବି ହେଉଛି।

May 25, 2026/
No Comments


