ଜୁନାଗଡ଼ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଜନସାଧାରଣରେ ତୀବ୍ର ଜନଅସନ୍ତୋଷ l
ଜୁନାଗଡ 🙁 ବାଲେଶ୍ଵର ସୁନାନୀ )-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଘନଘନ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି l ଗ୍ରୀଷ୍ମପ୍ରବାହରେ ସାରାରାଜ୍ୟରେ 45/46ଡିଗ୍ରୀ ତାପମାତ୍ରାରେ ଲୋକେ ଡହଳ ବିକଳ ହେଉ ଥିବାବେଳେ ଜୁନାଗଡ଼ ସହରର ଗନ୍ତାୟତପଡା, ଫତେନଗର ପଡ଼ା, ଗୋତିପଡା ଏବଂଜୁନାଗଡ଼ ଅଞ୍ଚଳ ରେ ରହୁଥିବା ଗ୍ରାମାଞ୍ଚଳ ବସି ଅନେକ ଅଞ୍ଚଳର ଲୋକେ ବାରମ୍ବାର ବିଦ୍ୟୁତ ବିଭାଗକୁ ଅଭିଯୋଗ କଲେ ସୁଦ୍ଧା ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି l ଦିନର ଅସହ୍ୟ ଗୁଲୁଗୁଳି ତା ସାଙ୍ଗକୁ ରାତ୍ରିରେ ବାରମ୍ବାର ବିଦ୍ୟୁତକାଟ ପାଇ ଜନ ଜୀବନ ଅସହ୍ୟ ହୋଇ ପଡୁଛି l ରାଜ୍ୟରେ ଡବଲଇଞ୍ଜିନ ସରକାର ବିଦ୍ୟୁତ କାଟ ନହେବାପାଇଁ କହୁଥିବାବେଳେ ସରକାରଙ୍କ ଗାଲୁଆକଥା ଓ ଜୁନାଗଡ଼ ବିଦ୍ୟୁତ ବିଭାଗର ମନମାନୀ ବିଦ୍ୟୁତକାଟ କରି ସରକାରୀ ନିୟମକୁ ଟାଟା ପାୱାର ଲିମିଟେଡ କମ୍ପାନୀ ଫୁ କରି ପୁରାପୁରି ଭାବରେ ନିୟମ ଉଲ୍ଲଘନ କରୁଥିବାର ଦେଖିବାକୁ ମିଳୁଛି l କିଛିଦିନ ତଳେ ମୋହନ ସରକାର ବିଦ୍ୟୁତକାଟକୁ ନେଇ ସାରା ରାଜ୍ୟରେ ଯେକୌଣସି ଅଂଚଳରେ ବିଦ୍ୟୁତକାଟ ହେଲେ ବିଭାଗୀୟ ଅଧିକାରୀ ଙ୍କୁ ଉପଯୁକ୍ତ ଦଣ୍ଡ ହେବ ଏବଂ ଜେଲ ଭୋଗିବାକୁ ପଡିବ ବୋଲି ଡିଣ୍ଡିମୁଁପିଟୁଥିବା ସରକାର କୁହାକଥାକୁ ବିଦ୍ୟୁତ ବିଭାଗ ଫୁ କରିଥିବା ଦେଖିବାକୁ ମିଳୁଛି, ଜୁନାଗଡ଼ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରି ବାରବାର ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରୁଥିବା ବେଳେ ସରକାର କାହିଁକ ପଦକ୍ଷେପ ନେଉନାହିଁ l ଏ ଭଳି ଘଟଣାକୁ ନେଇ ଅଂଚଳର ଜନସାଧାରଣରେ ଅସନ୍ତୋଷର ବାତାବରଣ ଖେଳିଯାଇଛି l ଘନ ଘନ ବିଦ୍ୟୁତକାଟ ଯୋଗୁଁ ଛାତ୍ରଛାତ୍ରୀଙ୍କ ପଢାପଢିରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି l ତତସହିତ ବୟସ୍କ ଲୋକମାନେ ଓ ରୋଗୀମାନଙ୍କ ଜୀବନ ଅସହ୍ୟ ହୋଇପଡୁଛି l ଏ ସମସ୍ୟାକୁ ନେଇ ଜୁନାଗଡ଼ ଅଞ୍ଚଳ ତଥା ପଡ଼ାବାସୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭଗୀୟ କର୍ତ୍ତୃପକ୍ଷଙ୍କ କର୍ଣ୍ଣପାତ ହେଉନଥିବାର ସୂଚନା ମିଳୁଛି l ଲୋକଙ୍କ କହିବା ଅନୁଯାୟୀ ବିଦ୍ୟୁତ ବିଲ ପଇଠ ସମୟରେ ଟାଟା ପାୱାର ଲିମିଟେଡ କମ୍ପାନୀର ବିଭାଗୀୟ କର୍ମଚାରୀ ମାନେ ଯୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବାର ଦେଖିବାକୁ ମିଳିଥାଏ ଏବଂ ବିଲ ପଇଠ ନ କଲେ ତୁରନ୍ତ ବିଦ୍ୟୁତ ବିଛିନ୍ନ କରିବାର ଖବର ପ୍ରକାଶ ପାଇଛି l ଏଣୁ ଏ ଭଳି ବିଭାଗୀୟ କର୍ମଚାରୀଙ୍କ ଅଘୋଷିତ ବିଦ୍ୟୁତକାଟକୁ ନେଇ ସହରର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l ଏ ଜୁନାଗଡ଼ ସହର ଅଞ୍ଚଳର ଅନେକ ଗୁଡ଼ିଏ ରାଜନୀତି ପାଟିର ବଡ଼ବଡ଼ିଆ ବୋଲାଉ ଥିବା ରାଜନେତା ତଥା ଅନେକ ବୁଦ୍ଧିଜୀବୀ ଏବଂ ଜନସାଧାରଣ ମାନେ ଘୋର ନିଦ୍ରାରେ ଶୋଇପଡ଼ିଥିବାରୁ ଅଂଚଳବାସୀଙ୍କ ସମସ୍ୟାକୁ ନଜର ନଦେବାରୁ ଗ୍ରୀଡ଼କୋ (ଟାଟା ପାୱାର )ଏଭଳି ମନୋମୁଖୀ କାର୍ଯ୍ୟକରୁ ଥିବାର ଦେଖିବାକୁ ମିଳୁଛି l ଯଦି ଏଭଳି ବିଦ୍ୟୁତ କାଟ ସମସ୍ୟା ବାରମ୍ବାର ଅନବରତ ଚାଲୁ ରହେ ତାହା ହେଲେ ଜୁନାଗଡ଼ ଅଂଚଳର ଲୋକ ଓ ଜୁନାଗଡ଼ ବାସି ସମସ୍ତେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଥିବାର ସୂଚନା ମିଳିଛି l



