ରାଜ୍ୟ ଯୋଗାସନ ସ୍ପୋର୍ଟ୍ସ ପ୍ରତିଯୋଗିତା ରେ ଅନୁଗୋଳ କୁ ସ୍ଵର୍ଣ ————
ଅନୁଗୁଳ / ତା 27/05/2026 -: ରାୟଗଡା ର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟୁମ ରେ ଆୟୋଜିତ ସପ୍ତମ ରାଜ୍ୟ ଯୋଗାସନ ପ୍ରତିଯୋଗିତା ରେ ଅନୁଗୋଳ କୁ ଗୋଟିଏ ସ୍ବର୍ଣ୍ଣ ସହ ଚାରିଟି ସିଲଭର ଗୋଟିଏ ଵୃଞ୍ଚ ପଦକ ମିଳିଛି l ସିନିଅର ସି ବିଭାଗ ରେ ସୁନିତା ପ୍ରଧାନ କୁ ଗୋଟିଏ ସ୍ଵର୍ଣ୍ଣ ସହ ଗୋଟିଏ ଵୃଞ୍ଚ ପଦକ ମିଳିଛି l ସିନିଅର ଏ ବିଭାଗ ରେ ଜୁଲି ନାୟକ ଙ୍କୁ ତିନୋଟି ସିଲଭର ପଦକ, ସିନିଅର ସି ବିଭାଗ ରେ ଦୀପ୍ତି ପ୍ରଧାନ ସିଲଭର ପଦକ ପାଇଛନ୍ତି, ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରୁ ରାଜ୍ୟ ସ୍ତରକୁ ଜିତି 16 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ |ସେଥି ମଧ୍ୟ୍ୟରୁ ସ୍ଟୁତି ହାଂସିନୀ, ସୁପ୍ରିୟା ପ୍ରଧାନ, କାଦମ୍ବିନୀ ବିଶ୍ୱାଳ,ସମସ୍ତ ପ୍ରତିଯୋଗିଙ୍କୁ ଜାତୀୟ ସ୍ବର୍ଣ୍ଣ ପଦକ ଧାରୀ ହୃଷିକେଶ ନାଏକ, ଜୁଲି ନାୟକ ପ୍ରଶିକ୍ଷଣ ଦେଇଥିଲେ, ସମସ୍ତ ପଦକ ବିଜେତା ଙ୍କୁ ଜିଲ୍ଲା ଯୋଗାସନ ସ୍ପୋର୍ଟିଂ ଆସୋସିଏସନ ର ପରାମର୍ଶ ଦାତା ତଥା ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଜିଲ୍ଲା ଯୋଗାସନ ସଭାପତି ହୃଷିକେଶ ନାଏକ ସମ୍ପାଦକ କଵି ପ୍ରଭାକର ଦାସ ଜିଲ୍ଲା ସଂଯୋଜକ ସୁନିତା ପ୍ରଧାନ, ଗୌର ଚରଣ ସାହୁ, ରଂଜିତା ମଲ୍ଲିକ, କବିତା ପ୍ରଧାନ, ସୁମିତ୍ରା ପ୍ରଧାନ କମିଟି ତରଫରୁ ଶୁଭେଚ୍ଛା ଜଣାଇଛନ୍ତି|



