୧୪ତମ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ
ତାଳଚେର, ୨୮/୦୫ ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ଚାଲିଥିବା ୧୪ତମ ଅନୁଗୋଳ ଜିଲ୍ଲା କିରୋଗି ଓ ୭ମ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଅଛି । ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀର ୫୦ ଜଣ ପ୍ରତିଯୋଗୀ ଓ ଦାନିସ୍ ତାଇକୋଣ୍ଡୋ ଏକାଡେମୀର ୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଉପସ୍ଥିତ ରହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଉଭୟ କିରୋଗି ଓ ପୁମ୍ପସେ ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟାନ୍ ଓ ଦାନିସ୍ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ହୋଇଥିଲେ । ଏହି ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ଅତିଥି ଭାବରେ ଓଡିଶା ତାଇକୋଣ୍ଡୋ ଆସୋସିଏନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ଅନୁଗୋଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୋଚ୍ ଶୁଶାନ୍ତ ପ୍ରଧାନ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

May 28, 2026/
No Comments


