ମେଡିକାଲ୍ କଲେଜ୍ ରେ ଡାକ୍ତରୀ ପାଠ ପଢ଼ା ସହିତ ଟିଚିଂ ହସପିଟାଲ୍ରେ ପରିଣତ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଦାବୀପତ୍ର
ତାଳଚେର, ୨୮/୦୫ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ଡାକ୍ତରୀ ପାଠ ପଢ଼ା ସହିତ ଟିଚିଂ ହସପିଟାଲ୍ ରେ ପରିଣତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ର ଆବାହକ ତଥା ସଭାପତି ପଦ୍ମ ଚରଣ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଆଶିସ ରଞ୍ଜନ ସାହୁଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ତାଳଚେର ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ହାନୀରୁ ରକ୍ଷା ପାଇବା ପାଇଁ ଏମସିଏଲ୍ ତରଫରୁ ତାଳଚେର ଠାରେ ଏମସିଏଲ ଖର୍ଚ୍ଚରେ ମେଡିକାଲ କଲେଜ୍ ତିଆରି ହୋଇ ପାଠ ପଢ଼ା ଆରମ୍ଭ ହେଲା ମାତ୍ର ତାଳଚେର ମେଡିକାଲ୍ କଲେଜ୍ କୁ ଟିଚିଂ ହସପିଟାଲ୍ ରେ ପରିଣତ କରି ପବିତ୍ର ମୋହନ ମେଡିକାଲ୍ କଲେଜ୍ ରେ ନିଯୁକ୍ତି ପାଇଥିବା ସମସ୍ତ ମୁଖ୍ୟ ବିଭାଗର ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର ଏବଂ ବରିଷ୍ଠ ଡାକ୍ତରଙ୍କୁ ତାଳଚେର ଠାରେ ଅବସ୍ଥାପିତ କରି ଜରୁରୀ ଭିତିରେ ତାଳଚେରବାସୀଙ୍କୁ ରୋଗୀ ସେବା ଆରମ୍ଭ କରାଯାଉ । ତାଳଚେର ମେଡିକାଲ୍ କଲେଜ୍ ନିମିତ ଆବଶ୍ୟକୀୟ ହେଉଥିବା ସମସ୍ତ ଉପକରଣ ଓ ସରଞ୍ଜାମ ଯଥା ଏମ୍.ଆର.ଆଇ. ଓ ଅତ୍ୟାଧୁନିକ ଉପକରଣ ପାଥୋଲୋଜି ନିମିତ ଏବଂ ପ୍ରତ୍ୟେକ ବିଭାଗର ଦରକାର ହେଉଥିବା ଅନ୍ୟାନ୍ୟ ସରଞ୍ଜାମକୁ ଏମସିଏଲ୍ ଓ ରାଜ୍ୟ ସରକାରଙ୍କ ଠାରୁ ସଂଗ୍ରହ କରି ମେଡିକାଲ୍ କଲେଜ୍ କୁ ସଂପୂର୍ଣ୍ଣ ଭାବରେ ଆରମ୍ଭ କରି ତାଳଚେରବାସୀଙ୍କୁ ରୋଗୀ ସେବା ଯୋଗାଇ ଦେବା ସହିତ ତାଳଚେରବାସୀଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତୁ । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ହରିହର ସାହୁ, ଦୋଳଗୋବିନ୍ଦ ସାହୁ, ଗୋପବନ୍ଧୁ ପଟ୍ଟନାୟକ, ଟଙ୍କଧର ରାଉତ, କନ୍ଦର୍ପ ବେହେରା, ଧୃବ ଚରଣ ଧିର, ପ୍ରଫୁଲ ଧିର, ରୁନା ଦେବତା, ଆନନ୍ଦ ଆଚାର୍ଯ୍ୟ, ନୀଲମ୍ ଲାଲ୍, ଅଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାର ନକଲ ଅନୁଗୋଳ ଜିଲ୍ଲାପାଳ ଏବଂ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ର ଡିନ୍ କିର୍ତୀରେଖା ମହାପାତ୍ରଙ୍କୁ ମଧ୍ୟ ପ୍ରଦାନ କରାଯାଇଛି ।



