ପ୍ରଧାନଶିକ୍ଷୟିତ୍ରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ର ମୁଁ ପଞ୍ଚାୟତର ଚନ୍ଦ୍ର ମୁଁ ଉପ୍ରା ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ତଥା ବିଶିଷ୍ଟ ସମାଜସେବୀ,କବୀ,ଲେଖକ ଶ୍ରୀମତୀ ଟିକିଲତା ବେହେରା ସେବାରୁ ନିବୃତ ହେଉଥିବାରୁ ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷାବିତ ରତନଲାଲ ଭୁୟାଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ରବିନାରାୟଣ ମହାନ୍ତି, ମନୋରଞ୍ଜନ ଧଳ,ବ୍ରଜଶୋରୀ ଦାଶ,ସୁବାଷ କୁମାର ଦାସ,ବଳରାମ ପତି, ଜଗନ୍ନାଥ ଧଳ, ଅଧ୍ୟାପକ ଅଜୟ କୁମାର ଓଝା,ବସନ୍ତ କୁମାର ସାହୁ,ଅମୀୟ କୁମାର ସ୍ବାଇଁ,କୁନା ବେହେରା, ପ୍ରାଧ୍ୟାପକ ଗଜେନ୍ଦ୍ର କୁମାର ଧଳ, ଶ୍ରୀକାନ୍ତ ମଲ୍ଲୀକ, ତପସ୍ଵିନୀ ଯେନା, ବିଶ୍ବନାଥ ସାମଲ,, ସୁଧାଂଶୁ ବାଳା ମହାନ୍ତି, କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇ ଥିଲେ।ଏହି ଅବସରରେ ଏକ ସ୍ମରଣିକା ଟିକିଫୁଲର ମହକ ଅତିଥି ମାନଙ୍କ କରକମଳରେ ଉନ୍ମୋଚନ ହୋଇଥିଲା।ଏବଂ ଚାରିଜଣ ଛାତ୍ର ଓ ଛାତ୍ରୀ ମାନଙ୍କୁ ସେମାନଙ୍କ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା। ଶିକ୍ଷକ, ଅତିଥି, ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନଙ୍କ ପକ୍ଷରୁ ଅବସରଗ୍ରହଣ କରୁଥିବା ପ୍ରଧାନଶିକ୍ଷୟିତ୍ରୀ ଟିକିଲତା ବେହେରା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ୟୋତିପ୍ରଦା ରାଉତ। ସମସ୍ତଙ୍କୁ ନୃତ୍ୟ ମାଧ୍ୟମରେ ସ୍ବାଗତ କରିଥିଲେ ଭବ୍ୟଶ୍ରୀ ବେହେରା



