ପରିବାର ପୋଷଣ ପାଇଁ ଦାଦନ ଜାଇ ଜଣେ ବ୍ୟକ୍ତି ନିଖୋଜ..,
ବିଧବା ମାଆ ବ୍ୟାକୁଳ ପ୍ରଶାସନ ନୀରବ ଦ୍ରଷ୍ଟା ?

ଜୁନାଗଡ଼ 🙁 ବାଲେଶ୍ୱର ସୁନାନୀ )- ରାଜ୍ୟ ସରକାରଙ୍କ ମାଲ ଯୋଜନା ସତ୍ତ୍ୱେ ଲୋକଙ୍କ ରୋଜଗାର ସମସ୍ୟା ଦୂର ନ ହେବା ଯୋଗୁ ଅନେକ ଶିକ୍ଷିତ ବେକାରୀ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି l ବିଗତ ସରକାରରେ ଯେ ଭଳି ଭାବରେ ମାଲ ମାଲ ଯୋଜନା ମାନ ଲୋକଙ୍କ ପାଖକୁ ପହଞ୍ଚାଇଥିଲେ ସତ୍ କଥା କିନ୍ତୁ ସେଥିରେ ଗରିବ ଲୋକଙ୍କ , ଶିକ୍ଷିତ ବେକାରୀଙ୍କ ଏବଂ ବେରୋଜଗାରୀଙ୍କ ପାଇଁ କିଛି ମଧ୍ୟ ରୋଜଗାର କରି ବଞ୍ଚି ପେଟ ପୋଷଣ କରିବାର ପନ୍ଥା ନ ଥିଲା ତେଣୁ ନୂତନ
ରାଜ୍ୟ ସରକାର ଯଦି ଜୀବନ ଜିଇବା ପାଇଁ ରୋଜଗାର କରିବା ନିମନ୍ତେ ଏଇ ଆମ ରାଜ୍ୟ ତଥା ଅଞ୍ଚଳରେ କଳକାରଖାନା ଶିଳ୍ପାୟନର ବୃଦ୍ଧି କରି ଅନେକ ଗୁଡିଏ ଶ୍ରମ ନିଯୁକ୍ତି ଯୋଜନା କରନ୍ତେ ହେଲେ ଦାଦନ ସମସ୍ୟା ଦୂର ହେଇ ପାରନ୍ତା ବୋଲି ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି l ଆମ ରାଜ୍ୟ ତଥା ଜିଲ୍ଲାର ଅନେକ ଅଞ୍ଚଳରେ ରୋଜଗାର ନିମନ୍ତେ ଆବଶ୍ୟକ ପରିମାଣରେ କାମ ପାଇପାରୁ ନ ଥିବାରୁ ଯୁବଗୋଷ୍ଠୀ ଅର୍ଥଉପାର୍ଜନ ପାଇଁ ଚାଲି ଯାଉଛନ୍ତି ସୁଦୂର ମହାରାଷ୍ଟ୍ର, ପୁନେ, ହାଇଦ୍ରାବାଦ, ଗୁଜୁରାଟ,ସୁରଟ, ଦିଲ୍ଲୀ ଭଳି ସହରକୁ l ବୃଦ୍ଧ ବାପ ମାଆ, ସ୍ତ୍ରୀ, ପିଲାଛୁଆ ଚାହିଁଛନ୍ତି ରୋଜଗାର ପୁଅର ଆସିବା ବାଟକୁ ପୁଅ ବାହାର ରାଜ୍ୟରେ ଟଙ୍କା ରୋଜଗାର କରିବ ଆଉ ବାପା ମାଆକୁ ପଠାଇବା ଏପଟେ ପରିବାର ଚଳିବେ କିନ୍ତୁ ରାଜ୍ୟ ବାହାରକୁ ଦାଦନ ଯାଇ ଅଞ୍ଚଳ ତଥା ରାଜ୍ୟର ଅନେକ ବ୍ୟକ୍ତି ବିଶେଷ କେତେ ଯେ ହଇରାଣ ହରକତ ହେବାର ଦୃଶ୍ୟ ଦେଖିବାକୁ ମିଳିଛି l ଏଭଳି ଆଉ ଏକ ଘଟଣା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନକଟିଗୁଡା ଗ୍ରାମର ଗାନ୍ଧିନଗର ପଡ଼ାରେ ଘଟିଥିବାର ଦୃଶ୍ୟ ଦେଖିବାକୁ ମିଳିଛି l ସୂଚନା ମୁତାବକ ଗତ ତା ୧୧/୦୫/୨୦୨୬ ରିଖ ଦିନ ନକଟିଗୁଡା ଗ୍ରାମର ସୁଶୀଲ ଗହୀର, ମାନସ ମାଝୀ, ଭୂମି ମାଝୀ ଏବଂ ଗୌଡ଼ ସର୍ଗିଗୁଡା ଗ୍ରାମର କାର୍ତ୍ତିକ ହଂସ ଓ ଉମେଶ ଲହଜଲ ଏହି ୫ ଜଣ ମିଶି ରାଜମିସ୍ତ୍ରୀ କାମ ପାଇଁ ହାଇଦ୍ରାବାଦ ଯାଇଥିଲେ ଏବଂ ସେହି ୫ ଜଣ ବ୍ୟକ୍ତି ହାଇଦ୍ରାବାଦର ଜନ ଗାଁ ଠାରୁ ୨୦ କିଲୋମିଟର ଦୂରତାରେ ଥିବା ରଘୁନାଥପାଲି ପୋଲିସ ଷ୍ଟେସନରୁ ୬ କି.ମି ଦୂର କାଞ୍ଚଲପାଲି ଠାରେ ରହୁ ଥିବାର ଖବର ମିଳିଛି l କିନ୍ତୁ ସେଠାରେ ୩ ଦିନ ରାଜମିସ୍ତ୍ରୀ କାମ କଲାପରେ ଗତ ୧୮/୫/୨୬ ସୋମବାର ଦିନ ଭୋର ରାତିରେ ସମସ୍ତେ ଘୋର ନିଦ୍ରାରେ ଶୋଇ ପଡ଼ିଥିବା ବେଳେ ପ୍ରାୟ ୩ ଟା ସମୟରେ ସେହି ୫ ଜଣ ମଧ୍ୟରୁ ଭୂମି ମାଝୀ ନାମକ ବ୍ୟକ୍ତି କୁଆଡେ ନିଖୋଜ ହୋଇଯାଇଥିବାର ଖବରରୁ ସୂଚନା ମିଳିଛି l ସେହି ଦିନ ହିଁ ଭୂମି ମାଝୀ ନାମକ ବ୍ୟକ୍ତି ନ ଥିବାର ଜାଣି ପାରି ସାଙ୍ଗରେ ଥିବା ଆଉ ୪ ଜଣ ବ୍ୟକ୍ତି ଖୋଜାଖୋଜି କଲା ପରେ ମଧ୍ୟ ଭୂମି ମାଝୀର ସନ୍ଧାନ ନ ପାଇ ପାର୍ଶ୍ୱରେ ଥିବା ରଘୁନାଥପାଲି ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିବାର ସୂଚନା ମିଳିଛି l ମାମଲା ରୁଜୁ କଲା ପରେ ମଧ୍ୟ ଆଜକୁ ପ୍ରାୟ ପାଖା ପାଖୀ ୧୫/୧୬ ଦିନ ହେଇଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ ଭୂମି ମାଝୀର କୌଣସି ଖୋଜଖବର ମିଳି ନ ଥିବାର ଖବର ମିଳୁଛି l ଭୂମି ମାଝୀଙ୍କ ନିଖୋଜ ଖବର ଶୁଣି ବିଧବା ମାଆ ଜଳଦେଇ ମାଝୀ ଏନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ କରିଥିବା ଖବର ଶୁଣିବାକୁ ମିଳୁଛି l ଏହି ନକଟିଗୁଡ଼ାର ଭୂମି ମାଝୀଙ୍କ ବାପା ଓ ସ୍ତ୍ରୀ ନ ଥିବା ବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ଏବଂ ଅସହାୟ ମାଆ ଜଳଦେଇ ମାଝୀ ନିଜ ନାତି ଚୂଡାନ୍ତ ମାଝୀ ସହ ଦୁଃଖରେ ନିଜ ଘର ନକଟିଗୁଡ଼ାର ଗାନ୍ଧୀନଗର ପଡ଼ା ଠାରେ ରହିଥିବାର ଖବର ପରିପ୍ରକାଶ ପାଇଛି l ଏନେଇ ରାଜ୍ୟ ସରକାର ,ରାଜ୍ୟ ପ୍ରଶାସନିକ ଅଧିକାରୀ ,ଜିଲ୍ଲା ରାଜନୈତିକ ପ୍ରତିନିଧି ତଥା
କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରଶାସନ ଅଧିକାରୀ ମାନେ କେତେ ଯେ ତତ୍ପରତା ଦେଖାଇ ଭୂମି ମାଝୀଙ୍କୁ ଖୋଜିବାରେ ସଫଳ ହୋଇ ତାଙ୍କ ମାଆ ଏବଂ ପୁଅଙ୍କ ପାଖକୁ ଭୂମି ମାଝୀଙ୍କୁ ଫେରାଇ ଆଣିବାରେ ସକ୍ଷମ ହେଇପାରୁଛନ୍ତି ଦେଖିବାକୁ ବାକି ରହିଲା l ଏଇ ଦାଦନ ଭୂମି ମାଝୀର ନିଖୋଜ ଖବରକୁ ନେଇ ତାଙ୍କ ମାଆ ଜଳଦେଇ ମାଝୀଙ୍କ କହିବାନୁଯାୟୀ ଜୁନାଗଡ଼ ଥାନାର ଏତଲା ଅନୁଯାୟୀ ଆମେ ଜୁନାଗଡ଼ ଥାନାର ସବ୍ଇନ୍ସପେକ୍ଟର ତପନ କୁମାର କାଲୋ ଙ୍କୁ ପଚାରି ବୁଝିବାରୁ ଏ ଯାଏ ଭୂମି ମାଝୀର କୌଣସି ଖବର ମିଳି ନ ଥିବାର ପରିପ୍ରକାଶ କରିଥିଲେ l



