ଭୁବନେଶ୍ୱର: ଦେବାଶିଷଙ୍କ ନାଁରେ ବିଜେପିର ମୋହର । ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ।ଓଡିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଳେ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି । ୧୮ ଜୁନରେ ହେବ ରାଜ୍ୟସଭା ଉପ ନିର୍ବାଚନ ।
ସୂଚନାଥାଉକି, ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଏବଂ ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ କିଛି ଦିନ ତଳେ ଇସ୍ତଫା ଦେଇଥିଲେ । ଏଯାଏଁ ତାଙ୍କ ଆସନ ଖାଲି ରହିଛି ।



