ବୃ୍ଷରୋପଣ କରି ବିଶ୍ବ ପରିବେଶ ଦିବସ ପାଳିଲେ ସମାଜସେବୀ ବିଭୂତି ସାହୁ

ତାଳଚେର,୫/୬: ବଢୁଥିବା ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ କ୍ଷୟ ମଧ୍ୟରେ ପରିବେଶ ସୁରକ୍ଷା ଆଜି ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତେଣୁ ବ୍ୟାପକ ବୃକ୍ଷରୋପଣ ଆଜିର ସମୟରେ ଜରୁରୀ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଜୁନ ୫ ତାରିଖ ବିଶ୍ଵ ପରିବେଶ ଦିବସ ଅବସରରେ ତାଳଚେର ଷ୍ଟେସନ ସ୍ଥିତ ତାଳେଶ୍ୱର ଶିବ ମନ୍ଦିର ଠାରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ଯକ୍ରମ ବିଜେପି ଯୁବ ନେତା ତଥା ସମାଜସେବୀ ବିଭୂତି ସାହୁଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଖଣି ଖାଦାନ ଭରା ତାଳଚେର ଅଂଚଳରେ ପରିବେଶ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବୃ୍ଷରୋପଣ ନିତାନ୍ତ ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ଆଜି ଶ୍ରୀ ଶ୍ରୀ ସାହୁ ନିଜ ସହଯୋଗୀଙ୍କ ସହିତ ଶିବ ମନ୍ଦିର ପରିସରରେ ବହୁ ଉପକାରୀ ଓ ଔଷଧୀୟ ଚାରା ବୃ୍ଷରୋପଣ କରି ଜଳ ସିଞ୍ଚନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଯୁବନେତା ତଥା ସମାଜସେବୀ ବିଭୂତି ସାହୁ, ନାଏବ ସରପଞ୍ଚ ରାଜୀବ ଦାସ, ବଳରାମ ସାହୁ, ବିରାଜ ବେହେରା, ପୂର୍ବତନ କାଉନସିଲର ଶଙ୍କର ବେହେରା, ସୁଶାନ୍ତ ସାହୁ, ବସନ୍ତ ନାୟକ ଓ ସମୀର ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଯୁବକମାନେ ଯୋଗ ଦେଇ ବୃ୍ଷରୋପଣ କରିଥିଲେ ।




