ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ସଚେତନତା କାର୍ଯ୍ୟକ୍ରମ
ତାଳଚେର, ୧୦/୦୬ ପ୍ରଧାନମନ୍ତ୍ରୀ ସୁରକ୍ଷିତ ନିରାପଦ ମାତୃତ୍ଵ(ପି.ଏମ.ଏସ.ଏମ.ଏ) କୁ ପ୍ରୋତ୍ସାହିତ କରିବାର ଦଶ ବର୍ଷ ପୂର୍ତ୍ତି ଅବସରରେ ଆଜି ମଣ୍ଡାପାଳ ସ୍ଥିତ ସରକାରି ଡାକ୍ତରଖାନା ରେ ସ୍ବତନ୍ତ୍ର ଭାବେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗର୍ଭବତୀ ମହିଳାଙ୍କୁ ବିଶେଷଜ୍ଞ ଙ୍କ ପରାମର୍ଶ, ଅଲଟ୍ରାସାଉଣ୍ଡ, ବିପଦ ସଙ୍କୁଳ ଗର୍ଭାବସ୍ଥା ନିର୍ଣ୍ଣୟ ଓ ପରିଚାଳନା , ନିରାପଦ ପ୍ରସବ ପର୍ଯ୍ୟନ୍ତର ନିରୀକ୍ଷଣ, ଗର୍ଭବତୀ ମହିଳାଙ୍କୁ ସଚେତନତା କାର୍ଯ୍ୟକ୍ରମ ରେ ପହଞ୍ଚିବା ପାଇଁ ପରିବହନ ବ୍ୟବସ୍ଥା , ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ରେଫରାଲ ୟୁନିଟ ସହିତ ସମ୍ପର୍କ, ରକ୍ତ ପରୀକ୍ଷା, ଆବଶ୍ୟକ ଔଷଧ ସହିତ ପୃଷ୍ଟିକର ଖାଦ୍ୟ ଓ ପରିବାର ନୀୟଜନ ସମ୍ପର୍କରେ ଆଲୋକପାତ କରିବା ଇତ୍ୟାଦି ବିଷୟରେ ପରାମର୍ଶ ଦେବା ପାଇଁ ଆଜିର ଦିନରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଏଥି ସହିତ ସମସ୍ତ ସରକାରି ଡାକ୍ତରଖାନା ରେ ଗର୍ଭବତୀ ମହିଳାଙ୍କୁ ସ୍ବତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର ମାନଙ୍କୁ ଅନୁରୋଧ ପୂର୍ବକ ପରାମର୍ଶ ଦେଇଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ଜଣାଇ ଦିଆଯାଇଥିବା ଜଣାପଡ଼ିଛି।। ଆଜିର ଏହି କାର୍ଯ୍ୟକ୍ରମ ରେ ସରକାରି ଡ଼ାକ୍ତର ଖାନା ର ଡାକ୍ତର ଅରବିନ୍ଦ ନନ୍ଦି, ଡାକ୍ତର ବଳରାମ ପ୍ରଧାନ, ଜେ ଏଚ ଏମ୍ ରିତାଞ୍ଜଳି ସ୍ୱାଇଁ, ସମେତ ଏ ଏନ ଏମ, , ଆଶା କର୍ମୀ ମାନେ ଉପସ୍ଥିତ ରହି ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଇ ଦେଇ ସଚେତନ କରାଇଥିଲେ।



