::ଆନ୍ଦାଳନ ମୁହାଁ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ::

ବରଗଡ:୯/୬(ପବିତ୍ର ମେହେର) ପେଟି କଣ୍ଟାକ୍ଟର କୁ ହଟାଇ ଦିଅ, ଶ୍ରମିକଙ୍କ ପାଉଣା ଶ୍ରମିକଙ୍କୁ ମିଳୁ, ସରକାର ତମେ ଆମର ଦାବୀ ପୂରଣ କର.?O.S.W.C,C.W.C, F. C. I., P.G, ଷ୍ଟେଟ ଗଭମେଣ୍ଟ ଓ ସେଣ୍ଟ୍ରାଲ ଗଭମେଣ୍ଟ ଗୋଦାମ ଶମ୍ଭୁଖରେ ରାଉରକେଲା ଠୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ପ୍ରତ୍ୟେକ ଗୋଦାମ ରେ ଧାରଣା ରେ ବସି ନିଜର ହକ ଅଧିକାର ପାଇଁ ଧାରଣା ରେ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଅତାବିରା,ଲାଦେରପାଲି ଓ ଗୋଡ଼ଭଗା ଗୋଦାମ ସମ୍ବୁଖରେ ଶ୍ରମିକ ଙ୍କ ହକ ଅଧିକାର ପାଇଁ ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ l

ତେବେ ଶ୍ରମିକଙ୍କ ହକ ଅଧିକାରକୁ ସରକାର ବାହାଦୁର କେତେ ତତ୍ପରତା ବିଚାର କରି ସେମାନଙ୍କର ଦାବୀ ପୂରଣ କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଶ୍ରମିକଙ୍କ ଦୁଃଖ କୁ ନାଁ ଶୁଣୁଛନ୍ତି ସରକାର ନାଁ ଶୁଣୁଛନ୍ତି ପ୍ରଶାସନିକ ଅଧିକାରୀ ଏପରିକି ପେଟି କଣ୍ଟାକ୍ଟର ଦ୍ୱାରା କେବଳ ଶୋଷଣ ଚାଲିଛି, ଯେପରିକି ଗୁଟିଏ ବିସ୍କୁଟ ପେକେଟର ପ୍ରାଇଜ ଥିବା ବେଳେ ଶ୍ରମିକ ର ପାଉଣା କେତେ ତାହା ସନ୍ଦେହରେ । ବାରମ୍ବାର ଦାବିପତ୍ର ଦେଲା ପରେ ମଧ୍ୟ ସରକାର ଶ୍ରମିକଙ୍କ ଦାବୀକୁ ପୂରଣ କରୁନାହାନ୍ତି ,ପେଟି କଣ୍ଟାକ୍ଟାର ହଟାଇ ଦିଆଯାଉ, ଶ୍ରମିକ ଙ୍କ ପାଉଣା ଶ୍ରମିକଙ୍କୁ ମିଳୁ l ଯଦି ଶ୍ରମିକ ଦାବୀ କୁ ସରକାର ଅତିଶୀଘ୍ର ପୂରଣ ନ କରନ୍ତି ତେବେ ସ୍ଵ ପରିବାର ସହ ରାଜରାସ୍ତା କୁ ଓହ୍ଲାଇବାକୁ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ ର ଚେତାବନୀ ଦେଇଛନ୍ତି l



