ଭୁବନେଶ୍ୱର: ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ତା ପୂର୍ବରୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ଓଡିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡପୁର ହେଲିପ୍ୟାଡରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ । ଘଣ୍ଟାଏ ପାହାଡପୁରରେ ରହିବେ । ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ମୋଦି ।
ରାଜ୍ୟ ସରକାକଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ବଡ କଥା ହେଉଛି , ଯେତେବେଳେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ହୋଇଥିଲା ସେ ଭୁବନେଶ୍ୱର ଆସିଥିଲେ । କିନ୍ତୁ ଏଥର ସେ ରାଇରଙ୍ଗପୁର ଭଳି ଆଦିବାସୀ ଅଞ୍ଚଳକୁ ଯାଇ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଯାହା ଉକ୍ତ ଅଞ୍ଚଳ ବାସୀ ଯେତିକି ଖୁସି, ତାଠୁ ଢେର ଅଧିକ ଖୁସି ଦଳୀୟ କର୍ମୀ ନେତାଙ୍କ ମନବଳକୁ ମଧ୍ୟ ମଜଭୁତ କରିବ । ଦୁଇ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ଅନେକ କିଛି ଯୋଜନା ହେଉଛି, ତାହାର ଶୁଭାରମ୍ବ କରିବେ । ଏହାକୁ ନେଇ ବିଜେପି ଶିବିର ବେଶ ଉତ୍ସାହ । ରାଇରଙ୍ଗପୁରକୁ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ।



