ଯାଜପୁର ଜିଲ୍ଲା ମଧୁସୂଦନ ପୁରରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଅଧ୍ୟକ୍ଷା

ଜେ ବି ଏନ, ୧୬/୧୨/୨୦୨୦, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଳୀ ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ବହୁ ଚର୍ଚ୍ଚିତ ଶୁଭଲକ୍ଷ ନାୟକ ଓରଫ ପିହୁ ଦୁଇ ବର୍ଷ ର ଶିଶୁ କନ୍ୟା ଙ୍କ ମାତା ମୋନାଲିସା ନାୟକ ଭଦ୍ରକ ଜିଲ୍ଲା ନାୟକାଣିଡିହ ଥାନା ଅଞ୍ଚଳରେ ବିବାହ କରିଥିଲେ। କୋୖଣସି କାରଣରୁ ସେ ଦେଡ ବର୍ଷ ହେଲା ଆସି ବାପ ଘରେ ରହୁଥିଲେ। ଗତ ଅଗଷ୍ଟ ୯ ତାରିଖ ରେ ପିହୁ ତାର ସାଙ୍ଗ ସହିତ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ଗାୟବ ହୋଇ ଯାଇଥିଲା । ପିହୁ ର ମା ବିଭିନ୍ନ ସ୍ଥାନରେ ପ୍ରବଳ ଖୋଜାଖୋଜି କରି ଥିଲେ ବି ପାଇନଥିଲେ । ଶେଷରେ ନିରାଶ ହୋଇ ବିଂଝାରପୁର ଥାନା ରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ନିରଞ୍ଜନ ଶବର ଗ୍ରାମକୁ ଯାଇ ଅନୁସନ୍ଧାନ କରିଥିଲେ ମଧ୍ୟ ପତ୍ତା ମୀଳି ନ ଥିଲା। ଅନୁସନ୍ଧାନ କୁ ଜୋର ଦାର କରିବା ପାଇଁ ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ପୋଲିସ କୁ ତାଗିଦ୍ କରିଥିଲେ। ପରେ ବିଂଝାରପୁର ଥାନା କୁ ଯାଇ ଏ ସମ୍ପର୍କରେ

ଟିକିନିଖି ବିବରଣୀ ଦେଖିଥିଲେ।ଓ କେତେକ ଅବ୍ୟବସ୍ଥା କୁ ଦେଖି ଷୋଭ ପ୍ରକାଶ କରିଥିଲେ। ପୀହୁ ନିଖୋଜ ଉପରେ ଅନୁସନ୍ଧାନ କୁ ଆହୁରି ଶାଣିତ କରିବାକୁ ଉପସ୍ଥିତ ପୋଲିସ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର,ଏସଡିପିଓ ନାରାୟଣ ଚନ୍ଦ୍ର ବାରିକ, ଥାନା ଅଧିକାରୀ ନିରଞ୍ଜନ ଶବର, ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ମିହିର କୁମାର ଜେନା, କମିଶନ୍ ସଦ୍ୟସ୍ୟା ଦିବ୍ୟା ଶାଶ୍ଵତ ,ବରି ସିଡିପିଓ ପ୍ରାଣେଶୋରୀ ପାଣି ଗ୍ରାହୀ, ପ୍ରମୁଖ ମଧୁସୂଦନ ପୁରୀ ରେ ପହଞ୍ଚି ଥିଲେ। ସେହିପରି ଅପରାହ୍ନରେ ଜିଲ୍ଲା ବିଜେପି ର ଏକ ପ୍ରତନିଧି ଦଳ ପିହୁ ର ପରିବାର କୁ ଭେଟି ଆଲୋଚନା କରିଥିଲେ। ଏଥିରେ ମହିଳା ମୋର୍ଚ୍ଚା ର ସଭାପତି ବବିତା ମଲ୍ଲିକ,ବରି ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସୁବାସିନୀ ନାଥ ଶର୍ମା, ପ୍ରମୁଖ ମଧୁସୂଦନ ପୁର ଗସ୍ତ କରି ଥିଲେ।




