ଭାଇରାଲ୍ ଭିଡିଓ ର ଖବର ପ୍ରସାର ପରେ ତଦାରଖରେ ପ୍ରସାଶନିକ ଅଧିକାରୀ
(ଜେ ବି ଏନ /ସୁବ୍ରତ କୁମାର) ୧୬/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତରେ ବଅଁରପାଳ ଠାରୁ ତାଳବାହାଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ନିମ୍ନ ମାନର କାର୍ଯ୍ୟ ଚାଲିଥିବା ବେଳେ ଗ୍ରାମବାସୀ ଙ୍କ ଦ୍ଵାରା ଏକ ଭିଡ଼ିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଥିଲା।

ଏହି ଭିଡ଼ିଓ କୁ ସଠିକ୍ ଭାବେ ପରଖି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ପ୍ରଶାସନିକ ପକ୍ଷ୍ୟରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ନିମ୍ନମାନର କାର୍ଯ୍ୟ ଚାଲିଥିବା ସ୍ଥଳକୁ ଏସ୍ ଡି ଓ ଏବଂ ଜେ ଇ ପହଁଚି କାର୍ଯ୍ୟ ତଦାରଖ କରିବା ସହିତ ରାସ୍ତା ନିର୍ମାଣ କାର୍ଯ୍ଯ ନେଇଥିବା ଠିକାଦାର ଓ ସ୍ଥାନୀୟ ଲୋକଙ୍କୁ ଡାକି ରାସ୍ତା କୁ ଦିତୀୟ ଥର ପାଇଁ ପୁଣି ପିଚୁ ପକାଇ ଥିବା ଦେଖିବାକୁ ମିଳିଥିଲା।

ପରେ ଆଗକୁ ଥିବା ବଳକା ରାସ୍ତା କୁ ସଠିକ୍ ଭାବେ କାର୍ଯ୍ୟ କରାଯିବ ବୋଲି ଠିକାଦାର ସ୍ତାନୀୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।



