ବିଭିନ୍ନ ସମସ୍ୟା ନେଇ ମହେଶ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ
ତାଳଚେର,୨୧/୬ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସମସ୍ୟା ନେଇ ଆଜି ତାଳଚେର ଠାରେ ପୂର୍ବତନ ସାଂସଦ ମହେଶ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ଥାପନ କରିଛନ୍ତି। ଏବେ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରିତ କରାଯାଇ ସଧାରଣ ଜନତାଙ୍କୁ ନ୍ୟାୟ ସହ ଜନପ୍ରତିନିଧି ଓ ସାମ୍ବାଦିକ ମାନଙ୍କ ପ୍ରତି ସମ୍ମାନ ଦେବା, ତାଳଚେର ଥର୍ମାଲରେ ଷ୍ଟେଜ ୩ରେ ପର୍ଯ୍ୟାୟ କ୍ରମେ ୩ ମାସ ମଧ୍ୟରେ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ହୋଇଥିବା ବେଳେ ତାହା ହେଉନଥିବା, ହିନ୍ଦୋଳ କ୍ଷେତ୍ରରେ ସର୍ବାଧିକ ହାତୀ ଆକ୍ରମଣରେ ମୃତ୍ୟୁ ହେଉଥିବା ଓଡିଶାର ସମସ୍ତ ବନଖଣ୍ଡ ତୁଳନାରେ ଅଧିକ ହେବା, ରାଜ୍ୟ ସରକାର ୨ ବର୍ଷ ପୁର୍ତ୍ତୀ ପାଳନ କରୁଥିବାବେଳେ ଏହି ସମୟରେ ପଞ୍ଚାୟତରେ ଓ ସହରୀ ବିକାଶ ଯୋଜନାରେ କେତେ ଫୁଟ ରାସ୍ତା ନିର୍ମାଣ ହୋଇଛି ବୋଲି ସେ ପ୍ରଶ୍ନ କରିଥିବାବେଳେ, ଧାନ ଉଠାଣ ଠିକ ହେଉନଥିବା ଓ ପାନୀୟ ଜଳ ମିଳୁନଥିବାରୁ ଲୋକ ଓ ଚାଷୀ ଆଜି ରାସ୍ତାରେ ବୋଲି ସେ କହିଛନ୍ତି।, ଡବଲ ଇଞ୍ଜିନ ସରକାରଙ୍କ ଅମଳରେ ବୈଷୟିକ ତ୍ରୁଟି ପାଇଁ ୩ ମାସ ହେଲା ବିଭିନ୍ନ ଭତ୍ତା ବନ୍ଦ ହେବା, ୨ ବର୍ଷରେ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ନମିଳିବା, ଜାତୀୟ ସ୍ୱାର୍ଥ ପାଇଁ ତାଳଚେରବାସୀଙ୍କ ତ୍ୟାଗ ଥିବାବେଳେ ସେମାନଙ୍କୁ ସ୍ଵତନ୍ତ୍ର ଥଇଥାନ ନୀତି ନିର୍ଦ୍ଧାରଣ ସହ ସ୍ଵଳ୍ପ ଜମି ହରାଇଥିବା ଜମିହରା ପ୍ରଜାଙ୍କୁ ନିଯୁକ୍ତି ମିଳିବା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ କଳ କାରଖାନା ଗଢି ଉଠିଥିବାବେଳେ ସିଏସଆର ମାଧ୍ୟମରେ ସେ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନହେବା, ଏହି ଦୁଇ ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣ ଶେଷ ହୋଇନଥିବାବେଳେ ଖମାର୍, ହାତୀଚାଲୁଣି, ଇଟାପ ରେ ଟୋଲ୍ ଟିକସ ଆଦାୟ ହେଉଥିବାକୁ ଶ୍ରୀ ସାହୁ ବିରୋଧ କରିଛନ୍ତି। ଏହାସହ କେନ୍ଦ୍ର ସରକାର ଦେଶରେ ଦୈନିକ ୩୪ କିମି ରାସ୍ତା ନିର୍ମାଣ ହେଉଥିବା ନେଇ ସୂଚନା ଦେଉଥିବାବେଳେ ଓଡ଼ିଶାରେ କେତେ ହେଉଛି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ପୂର୍ତ୍ତ ବିଭାଗ ୧୫ ହଜାର କିମି ରାସ୍ତା କରୁଥିବାବେଳେ ୫୦୦ କିମି ହେଉଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଗ୍ରାମ ଉନ୍ନୟନ ରାସ୍ତା ଯୋଜନାରେ ଓଡ଼ିଶାରେ କେତେ କିମି ହୋଇଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ବିଧାୟକ ଓ ସାଂସଦ ପାଣ୍ଠି ବାବଦ ୫ କୋଟି ଲେଖା ମିଳୁଥିବାବେଳେ ସେ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ବିଭିନ୍ନ କାର୍ଯ୍ୟ ହୋଇପାରୁନଥିବା, ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବେ ବୋଲି କହିଥିବାବେଳେ ଅନୁଗୁଳ ଜିଲ୍ଲାରେ କେବେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜିଲ୍ଲାରେ ପରିବେଶ ସମସ୍ୟା ଉଦବେଗଜନକ ବୋଲି ସେ କହିଥିବାବେଳେ ତାଳଚେରରେ କୋଇଲା କମ୍ପାନୀ କେବେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ କୋଇଲାଖଣି ପାଇଁ ତାଳଚେର ସହରର ବିଭିନ୍ନ ସ୍ଥାନରେ ମାଟି ଦବୁଥିବାବେଳେ ଉପଯୁକ୍ତ ବାଲି ଭର୍ତ୍ତି କରାଯାଇ ତାଳଚେରକୁ ବିପଦମୁକ୍ତ ଘୋଷଣା କରିବାକୁ ଶ୍ରୀ ସାହୁ ଦାବି କରୁଛନ୍ତି। ଏହାସହ ଉତ୍ପାଦନ ଅନୁସାରେ ଅନ୍ୟ ଖଣିରେ ନିଯୁକ୍ତି ଆଧାରରେ ଏମସିଏଲ ନିଯୁକ୍ତି ଦେଉନଥିବା ସେ ଅଭିଯୋଗ କରିଛନ୍ତି। ତାଳଚେରରେ କୋଲ କମ୍ପାନୀ ପ୍ରତିଷ୍ଠାରେ ଜନ ପ୍ରତିନିଧିଙ୍କ ନୀରବତା ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ଏହାସହ ଏଇ କିଛି ଦିନ ତଳେ ଘଟିଥିବା ତାଳଚେର ପବିତ୍ର ମୋହନ ସରକାରୀ ଡାକ୍ତରଖାନାରେ ନର୍ସ ନିଯୁକ୍ତିରେ ଜାଲିଆତି ହୋଇଥିବାବେଳେ ସେମାନଙ୍କ କାର୍ଯ୍ୟ ସମୟରେ ଯଦି କୌଣସି ରୋଗୀର ମୃତ୍ୟୁ ହୋଇଥାଏ ତେବେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାସହ ଏମସିଏଲ ଉପଖଣ୍ଡ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ପ୍ରୟାସରେ ଏଭଳି ଅବ୍ୟବସ୍ଥାର ତଦନ୍ତ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ତ୍ରିପାଠୀ, ରମେଶ ବେହେରା ଓ କଳାକାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।



