ନାଲକୋ ପକ୍ଷରୁ ନାଲକୋ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ

ନାଲକୋ/ଅନୁଗୋଳ – ପ୍ରତିବର୍ଷ ଭଳି ଚଳିତ ବର୍ଷ ନାଲକୋ ସରସ୍ବତୀ ବିଦ୍ୟା ମନ୍ଦିର ପ୍ରାର୍ଥନା ମଣ୍ଡପ ପରିସରରେ ୨୧-୬-୨୬ ତାରିଖ ରବିବାର ପୂର୍ବାହ୍ନ ରେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ଭାରତୀୟ ଯୋଗ ବିଜ୍ଞାନ ଗବେଷଣା ଅନୁଷ୍ଠାନ ର ନିର୍ଦେଶକ ସନ୍ୟାସୀ ଯୋଗ ଗୁରୁ ଏବଂ ଏହି ସଂଗଠନ ର ଦୁଇ ବରିଷ୍ଠ ସହଯୋଗୀ ଯୋଗ ଦେଇ ବିଭିର୍ନ ଯୋଗ ଶିକ୍ଷା କରାଇ ଥିଲେ l ଯୋଗା ଭ୍ୟାସ ଦ୍ୱାରା ମନ ଓ ଶରୀର ସୁସ୍ଥ ରହିବା ସହ ସୁସ୍ଥ ଜୀବନ ଶୈଳୀର ପ୍ରତି ବଦ୍ଧତାକୁ ଦର୍ଶାଇଥାଏ ବୋଲି ଶ୍ରୀଯୁକ୍ତ ସନ୍ୟାସୀ ମହୋଦୟ ଉପସ୍ଥିତ ପାଞ୍ଚଶହ ରୁ ଉର୍ଦ୍ଧ ଯୋଗ ପ୍ରେମୀ ମାନଙ୍କୁ ବୁଝାଇଥିଲେ l

ଏହି ଅବସର ରେ ସର୍ବ ପ୍ରଥମେ ଭାରତ ର ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଦେଶ ଉଦେଶ୍ୟରେ ଦେଇଥିବା ଆନ୍ତର୍ଜାତୀୟ ଯୋଗ ଦିବସ ର ମହତ ଏବଂ ଏହାର ଉପକାର ସମ୍ବନ୍ଧୀୟ ପ୍ରେରିତ ବାର୍ତ୍ତାକୁ ଏଲ. ଇ. ଡି.ମାଧ୍ୟମରେ ଉପସ୍ଥିତ ଯୋଗ ପ୍ରେମୀ ଦେଖିଥିଲେ l

ଏହି ଯୋଗ ଶିବିର ରେ ନାଲକୋ ର ଭାର ପ୍ରାପ୍ତ ନିର୍ବାହୀ ନିର୍ଦେଶକ ପ୍ରଣବ କୁମାର ଦାଶ, ମାନବ ସମ୍ବଳ ସମୂହ ମହାପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ, ତରୁଣ କୁମାର ତ୍ରିପାଠୀ, ଭରତ ଚନ୍ଦ୍ର ମହାରଣା, ଙ୍କ ସମେତ ନାଲକୋ କର୍ମଚାରୀ, ବିଭିର୍ଣ ଶ୍ରମିକ ସଂଗଠନ ର ପ୍ରତିନିଧି, ମହିଳା କ୍ଲବ ର ବହୁ ସଦସ୍ୟ, ଘରୋଇ ସୁରକ୍ଷା କର୍ମୀ, ଛାତ୍ର, ଛାତ୍ରୀ,ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ, ବହୁ ସ୍ବେଛାସେବୀ ଯୋଗ ଦେଇ ଯୋଗ ଶିକ୍ଷା ଗ୍ରହଣ କରିଥିଲେ l


The International Day of Yoga 2026 was celebrated with great passion and enthusiasm at the S&P Complex at Sr. SVM, Nalco Nagar, Angul. The program drew around 500 eager participants, showcasing a vibrant cross-section of the NALCO community, including employees, school teachers & children, township security personnel, contractual workmen, trainees, and members of the Ladies Club.



The event kicked off with a live telecast of the Hon’ble Prime Minister’s address to the nation. Following the address, a rejuvenating yoga session was conducted by Sanyasi Yogeshwar, Director of the Indian Institute of Yogic Science & Research (IIYSAR), Angul, alongside his senior team of Yoga Gurus.
Demonstrating strong community solidarity, senior officials actively took part in the session, including the Shri Pranab Kumar Das, CGM (I/C)-S&P, Shri H.S.Pradhan,CGM (HR), Shri T.K.Tripathy, CGM (O&M) Electrolysis, and Shri B C. Moharana, CGM (O&M) Carbon Division, alongside representatives from various Unions and Associations.





