ବଅଁରପାଳ ଏକ ଜଳଖିଆ ଦୋକାନରୁ ଶିଶୁ ଶ୍ରମିକ ଉଦ୍ଧାର।

ବଅଁରପାଳ, ୨୫/୬ ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଥିବା ଶ୍ୟାମ ସୁନ୍ଦର ଜଳଖିଆ ଓ ମିଠା ଦୋକାନ ଉପରେ ଶିଶୁ ଯୁବ କେନ୍ଦ୍ର ଓ ଶ୍ରମ ବିଭାଗ ମିଳିତ ଚଢାଉ କରି ବିରୁ ମୁଣ୍ଡା ନାମକ ଏକ ଶିଶୁ ଶ୍ରମିକ କୁ ଉଦ୍ଧାର କରିଛି ସୂଚନା ଯେ ବଅଁରପାଳ ରେ ଥିବା ଏହି ଜଳଖିଆ ଦୋକାନ ଶ୍ରମ ବିଭାଗ ର ତାଗିଦ ସତ୍ଵେ ବାରମ୍ବାର ବାଳ ଶ୍ରମିକ କୁ ଦୋକାନ ରେ ଶ୍ରମିକ ଭାବେ ରଖୁଛନ୍ତି ଏ ନେଇ ଶ୍ରମ ବିଭାଗର ରେ ଅଭିଯୋଗ ହେବାରୁ ବିଭାଗର ସହ ଶ୍ରମ ଅଧିକାରିଣୀ ଓ ଉତ୍କଳ ବାଳା ଶ୍ରମ ମିଳିତ ଉଦ୍ୟମରେ ଚଢାଉ କରି ଶିଶୁ ଶ୍ରମିକକୁ ଉଦ୍ଧାର କରିଛନ୍ତି ଏହି ଚଢାଉରେ ଶ୍ରମ ବିଭାଗର ସହ ଶ୍ରମ ଅଧିକାରିଣୀ ଆରସୀତା ନାୟକ, ଲକ୍ଷ୍ମୀ ବେହେରା ଓ (CWC) ଉପସ୍ଥିତ ଥିବା ବେଳେ ଶିଶୁକୁ ଉତ୍କଳ ବାଳା ଶ୍ରମ ରେ ରଖା ଯାଇଛି।




