ଅନୁଗୋଳ ପୌରପାଳିକା ଦ୍ଵାରା ପାଇଖାନା ସଫେଇ ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପ ।
(ଜେ ବି ଏନ /ସୁଶାନ୍ତ କୁମାର) ୧୬/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ପୌରପାଳିକା ତଥା ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ନାଗରିକମାନଙ୍କୁ ପାଇଖାନା ମଳଟାଙ୍କି ସଫା କରିବାର ବ୍ୟବସ୍ଥା କରାଯିବା ନିମନ୍ତେ ଏକ Cesspool ( ଏକ ହଜାର ଲିଟର ) ଗାଡିର ବ୍ୟବସ୍ଥା କରାଯାଇଅଛି । ଏହି ଗାଡି ଦ୍ଵାରା ପାଇଖାନା ମଳଟାଙ୍କି ସଫା କରିବା ନିମନ୍ତେ ମୂଲ୍ୟ ଧାର୍ଯ୍ୟ କରାଯାଇଅଛି । ପ୍ରତି ଟ୍ରିପ ପାଇଁ ଘରୋଇ ପାଇଖାନା ପାଇଁ ୮୦୦ ଟଙ୍କା , ବ୍ୟବସାୟିକ ପ୍ରତିଷ୍ଠାନ / ଅନୁଷ୍ଠାନ ୧୦୦୦ ଟଙ୍କା , ପୌରାଞ୍ଚଳ ଠାରୁ ୧୦ କି.ମି ଭିତରେ ୧୩୦୦ ଟଙ୍କା ଓ ପୌରାଞ୍ଚଳ ଠାରୁ ୨୦ କି.ମି ପର୍ଯ୍ୟନ୍ତ ୨୦୦୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଅଛି । ପୌର କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ଟୋଲ ଫ୍ରି ନମ୍ବର( Toll Free – 18001020637)
ରେ ବୁକ କରି ଜନସାଧାରଣ ଏହି ସୁବିଧା ନେଇପାରିବେ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ନାଳନର୍ଦ୍ଦମାଗୁଡିକରେ ପାଇଖାନାର ମଳ ଛାଡିଲେ FSSM Regulation 2018 ଅନୁଯାୟୀ ଦଣ୍ଡିତ ହେବେ ବୋଲି ଅନୁଗୋଳ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସୁତ୍ରରୁ ପ୍ରକାଶ ।




