ଯୁବ କଂଗ୍ରେସ ପକ୍ଷରୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ର ପ୍ରତିବାଦ

ଜେ. ବି. ଏନ୍ (୧୬/୧୨ /୨୦୨୦) ବରଗଡ଼ :ବରଗଡ଼ ଜିଲ୍ଲା ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କା ଙ୍କ ଆହ୍ଵାନ କ୍ରମେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସ ର ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ କେନ୍ଦ୍ର ର ମୋଦି ସରକାର ଏବଂ ଓଡିଶା ର ନବୀନ ସରକାର ର ସମୟ ରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବୋଲି ଅଭିଯୋଗ କରି ଜିଲ୍ଲାପାଳ ଅଫିସ ରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଗଲା, ଶ୍ରୀ ସାହୁ ଉଭୟ କେନ୍ଦ୍ର, ରାଜ୍ୟ ସରକାର କୁ ଅହେତୁକ ଦରଦମ ବୁଦ୍ଧି କୁ ତୁରନ୍ତ ପ୍ରତ୍ୟେହାର କରା ଯାଉ ନଚେତ ଆଗାମୀ ଦିନ ରେ ଯୁବ କଂଗ୍ରେସ ବିରାଟ ଧାରଣ ର ଆନ୍ଦୋଳନ କରିବା ସହିତ ରାଜାରାସ୍ତା ଓଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଚେୟାରମେନ ଅଭିଳାଷ ପତି, କରନ ଜାଗଦଲା , ସୁରେନ ଉରମାଲ, ବାବୁ ଭାଇ, ସନ୍ତୋଷ ସାହୁ, ଅଭିଷେକ ନାୟକ,ବିମଲ ସିକା, ପ୍ରଦୀପ ସିକା, ବାବୁଲି କୁମ୍ଭୀର, କରନ୍ କୁଆର, ଅର୍ଜୁନ ଜାଗଦଲା, ସୁନୀଲ କୁଆର, ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।



