ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଶିକ୍ଷକ

ଜେ. ବି. ଏନ୍ (୧୬/୧୨ /୨୦୨୦, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ : ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମସ୍ଥିତ ପଞ୍ଚାୟତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଣିଗ୍ରାହୀଙ୍କ ତିଲେଇମାଲ, ବରପାଲି ଏବଂ ଡୁଙ୍ଗୁରିପାଲିରେ ରହିଥିବା ଘରେ ଏକକାଳୀନ ଏହି ଚଢାଉ ଚାଲିଛି। ଫଳରେ ଏପର୍ଯ୍ୟନ୍ତ ପାଣିଗ୍ରାହୀଙ୍କ ସମୁଦାୟ ସମ୍ପତ୍ତିର ଆକଳନ କରାଯାଇ ନାହିଁ। ବରଗଡ଼ ଭିଜିଲାନ୍ସ ଡିଏସ୍ପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ୩ଟି ଟିମ୍ ଚଢ଼ାଉରେ ସାମିଲ ଅଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


