ନିଶା ନିବାରଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଚିଣ୍ଡା:୨୯/୬:କୁଚିଣ୍ଡା ବ୍ଲକ ବଡ଼ ମୁଣ୍ଡଲୋଇସ୍ଥିତ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ପ୍ରଧାନ ଶିକ୍ଷକ ଶୁକଦେବ ସାହୁ ଙ୍କ ସଭାପତିତ୍ବରେ ବ୍ଲକ ସ୍ତରୀୟ ନିଶା ନିବାରଣ ଅଭିଯାନର ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି ।କୁଚିଣ୍ଡାର ପଲ୍ଲୀ ଭାରତୀ ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଏହି ସଭାରେ ସମ୍ବଲପୁର ଜିଲ୍ଲା ନିଶା ନିବାରଣ ଅଭିଯାନର ସଭାପତି ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଅଭିଯାନର କୁଚିଣ୍ଡା ଉପଖଣ୍ଡ ଶାଖା ସଭାପତି କରୁଣାକର କିସାନ ମୁଖ୍ୟବକ୍ତା ଓ ସାମାଜିକ କର୍ମୀ ଶ୍ରୀମତୀ ଦୁଙ୍ଗ ଡୁଙ୍ଗ କେରକେଟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ନିଶା ନିବାରଣ ସପ୍ତାହ ର ଉଦ୍ୟେଶ ଓ ଲକ୍ଷ ସମ୍ପର୍କରେ ଉଦବୋଧନ ଦେଇଥିଲେ ।ସଭାରେ ଉପସ୍ଥିତ ଶହ ଶହ ଛାତ୍ର,ଛାତ୍ରୀ ନିଜେ ନିଶା ନ ଖାଇବା ଓ ନିଶା ଖାଉଥିବା ଲୋକଙ୍କୁ ଏଥିରୁ ନିବର୍ତ୍ତେଇବା ପାଇଁ ଶପଥ ପାଠ କରିଥିଲେ ।ଏହି ଅବସରରେ ପୂର୍ବରୁ ଆୟୋଜିତ ନିଶା ନିବାରଣ ସଚେତନତା ଉପରେ ଆୟୋଜିତ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ନିଶା ନିବାରଣ ଦିଗରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବାରୁ ସ୍କୁଲ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ମାନପତ୍ର ଓ ଉତ୍ତରୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ପଲ୍ଲି ଭାରତୀ ୟୁଥ୍ କ୍ଳବର ସଭାପତି ଗୋମତୀ ଧାନ ସ୍ଵାଗତ ବକ୍ତବ୍ୟ ,ସହକାରୀ ଶିକ୍ଷକ ବୀରେନ୍ଦ୍ର କୁମାର ପଟେଲ ଅତିଥି ପରିଚୟ ଓ ସହକାରୀ ଶିକ୍ଷୟିତ୍ରୀ ଦୂର୍ମିଲା ପଟେଲ ମାନପତ୍ର ପାଠ କରିଥିଲେ ।ଶେଷ ରେ ବିଜ୍ଞାନ ଶିକ୍ଷକ ଚୁନିଲାଲ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହାପରେ ସାହୁ , ସୌମ୍ୟା ସାହୁ,ନିତେଶ ପଟେଲ, ରୀନା ବାଗ,ସଲିମ ଚୌଧୁରୀ, ଦୁର୍ମିଲା ପଟେଲ ପ୍ରମୁଖଙ୍କ ନେତୃତ୍ୱରେ ନିଶା ନିବାରଣ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ନିଶା ନିବାରଣ ସଚେତନତା ମୂଳକ ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲେ ।



