ଗାଧୋଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ଯୁବକର ମୃତ୍ୟୁ।
କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀରେ ବୁଡ଼ି ନାବାଳକର ମୃତ୍ୟୁ। ଗାଧୋଇ ବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ୧୨ ବର୍ଷର ନାବାଳକ ମୃତ। ଆଜି ଚମ୍ପୁଆ ମୌଲନା ଗୁଡା ବସ୍ତିର ୧୨ ବର୍ଷର ନାବାଳକ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ବୈତରଣୀ ନଦୀକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ନଦୀରେ ବୁଡି ଯାଇଥିଲା। କିଛି ଲୋକ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ବହୁ ସମୟ ଖୋଜାଖୋଜି ପରେ ତାଙ୍କ ଦେହ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ମୃତକ ମୌଲନା ଗୁଡା ବସ୍ତିର ଏମଡି ସରବର ଙ୍କ ପୁଅ ଆରିୟାନ ସରବର। ଏ ଖବର ପାଇ ଚମ୍ପୁଆ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



