କୂଅ ଭିତରୁ ଶିଶୁ ମୃତ ଦେହ ଉଦ୍ଧାର

(ଜେ ବି ଏନ /ସୁଶାନ୍ତ କୁମାର), ୧୭/୧୨/୨୦୨୦, ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମରେ ଘଟିଛି ଏକ ଲୋମହର୍ଷଣ ଘଟଣା। ଗତ କିଛି ଦିନ ହେଲା ରାଜ୍ୟରେ ଶିଶୁ ନିଖୋଜ ଘଟଣା ପ୍ରମୂଖ ଖବର ଭାବେ ପାଲଟି ଯାଇଛି। କେତେ ବଳେ ଜଙ୍ଗଲ ରେ ତ କେତେବେଳେ କୂଅ ଭିତରୁ ମୃତ ଦେହ ଉଦ୍ଧାର ହେଇ ଚାଲିଛି। ପୁଣି ଏକ ନିଖୋଜ ଶିଶୁ ର ଶବ ଉଦ୍ଧାର ହେବା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଗତକାଲି ସଂଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ନିଖୋଜ ଥିଲା ଚନ୍ଦନ ସାହୁ ଙ୍କ ପୁଅ କାଳିଆ ସାହୁ ବୋହୁ ଖୋଜାଖୋଜି କରିବା ପରେ ଆଜି ଭୋର ଚାରିଟାରେ ପୁଲିସ ଓ ଅଗ୍ନିଶ୍ରମ ବିଭାଗ ଏକ ପରିତ୍ୟକ୍ତ କୂଅରୁ ଶିଶୁ ପୁତ୍ର କାଳିଆ ର ମୃତଦେହ ପାଇଥିଲେ । ଶିଶୁ ପୁତ୍ର ର ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି ତେଣୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହେଉଛି । ପରିବାର ଲୋକେ ତାଙ୍କ ପାଖ ପଡୋଶୀ ଘର ଲୋକ ମାନଙ୍କ ମଧ୍ୟରୁ ମାରିଦେଇଥିବାର ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତ କୁନୀପୁତ୍ର କାଳିଆର ପରିବାରକୁ ନ୍ୟାୟ ଦେବା ପାଇଁ ପୁଲିସ କୁ ଦାବି ଜଣାଇଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)
