
କୁଚିଣ୍ଡା ୬/୭ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ବନମହୋତ୍ସବ ସପ୍ତାହ ଅବସର ରେ ସୋମବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ବୃକ୍ଷରୋପଣ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସର ରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତିମିତ୍ର ସୁବାଷ ନାଏକ ମୁଖ୍ୟ ଅତିଥୀ,କୁଚିଣ୍ଡା ବନପାଳ ଅନୁରାଧା ଖରସେଲ ମୁଖ୍ୟବ୍ୟକ୍ତା,ପୂର୍ବତନ ବ୍ଳକ ଅଧ୍ୟକ୍ଷ କରୁଣାକର କିସାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୈାଧୁରୀ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ବୃକ୍ଷରୋପଣ ର ମହତ୍ତ୍ବ ଓ ତାର ଉପକାରିତା ବିଷୟରେ ଉଦବୋଧନ ଦେଇଥିଲେ। କଲେଜ ର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂର୍ବତନ ସଭା ସଂଯୋଜନା କରିଥିବା ବେଲେ ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ସତ୍ୟନାରାରଣ ପଟେଳ ଅତିଥୀ ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହି ଅବସର ରେ ଅଧ୍ୟକ୍ଷ ଙ୍କ ନେତୃତ୍ବ ରେ ୧୦୦ ଟି ଚାରାରୋପଣ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚୈାଧୁରୀ ଙ୍କ ସଂଯୋଜନା ରେ ଏକ କବିତା ପାଠ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କଲେଜ ର ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞନ ନାଏକ,ପ୍ରକୃତି ମିତ୍ର ସରୋଜ ମେହେର,ରଜତ ରାଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଭାବନା ପାଣ୍ଡେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




