ଇସ୍ରୋ ମହାକାଶକୁ ପ୍ରେରଣ କଲା ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧

ଜେ ବି ଏନ, ୧୮/୧୨/୨୦୨୦, ଶ୍ରୀହରିକୋଟା : ଶ୍ରୀହରିକୋଟା : ଗୁରୁବାର ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଅପରାହ୍ଣ ୩ ଘଣ୍ଟା ୪୧ ମିନିଟ ସମୟରେ ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧କୁ ମହାକାଶକୁ ପ୍ରେରଣ ହୋଇଛି । ସୂଚନା ମୁତାବକ ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (ପିଏସଏଲଭି-ସି୫୦) ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯାଇଛି । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରର ୨ୟ ଲଞ୍ଚ୍ ପ୍ୟାଡରୁ ପିଏସଏଲଭିର ୫୨ତମ ମିଶନ ରୂପେ ଆଜି ଅପରାହ୍ଣ ୩ ଘଣ୍ଟା ୪୧ ମିନିଟ ସମୟରେ ପିଏସଏଲଭି ମାଧ୍ୟମରେ ସିଏମଏସ-୦୧ର ଉତକ୍ଷେପଣ କରାଯାଇଥିଲା ।




