ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ
ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଆଜି ୧୮ ଡିସେମ୍ବରରୁ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । କୋଭିଡ ପରିପ୍ରେକ୍ଷୀରେ @stscdev ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଦର୍ଶକମାନେ ସଂଗ୍ରହାଳୟ ଭିତରକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ରା ଯାଞ୍ଚ କଲା ପରେ ଭିତରକୁ ଯାଇପାରିବେ ଏବଂ ମାସ୍କ ପିନ୍ଧିବା ସହିତ ଅତି କମରେ ୧୦ ଫୁଟ ଦୂରତା ରକ୍ଷା କରିବେ । ମୁଖ୍ୟ ପ୍ରବେଶ ପଥ ଓ ସଂଗ୍ରହାଳୟ ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ଦ୍ବାରା ସାନିଟାଇଜ୍ କରିବାକୁ ପଡ଼ିବ ।



