ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୈଠକ ଶେଷ ପରେ ସାମ୍ବାଦିକ ସମ୍ମିଳନୀରେ ମନ୍ଦିରକୁ ବିଭିନ୍ନ ସମୟରେ ମିଳିଥିବା ଦାନ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଛି। ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଗିରି କହିଛନ୍ତି ଯେ ମନ୍ଦିରକୁ ମିଳିଥିବା ୨୮୦୦ ସାମଗ୍ରୀକୁ ପଞ୍ଜିକୃତ କରାଯାଇଛି। ଏହି ସମସ୍ତ ସାମଗ୍ରୀ ଏବେ ସୁରକ୍ଷିତ ରହିଛି।
ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏସ୍. ଲକ୍ଷ୍ମୀନାରାୟଣନଙ୍କ ପରିବାର ପକ୍ଷରୁ ମନ୍ଦିରକୁ ଦାନ କରାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ସୁନା ଛାଉଣି ବା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥକୁ ମଧ୍ୟ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଦର୍ଶନ କରାଯାଇଥିଲା। ଏହି ଗ୍ରନ୍ଥଟି ମନ୍ଦିର ପରିସରରୁ ଗାଏବ ହୋଇଯାଇଥିବା ନେଇ ଲକ୍ଷ୍ମୀନାରାୟଣନଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଥିଲା।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)
