ନୁଆଦିଲ୍ଲୀ: ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ଅଶୋଧିତ ତେଲ ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ରିପୋର୍ଟ ଅନୁସାରେ, ଅଶୋଧିତ ତେଲ ଦରରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି । ଫଳରେ ବ୍ୟାରେଲ ପିଛା ଦର ୭୯ ଡଲାରରେ ପହଞ୍ଚିଛି । ବିଶ୍ୱରେ ଯୁଦ୍ଧ ଓ ଭୌଗୋଳିକ ତଣାପୋଡ଼ ବଢ଼ିଲେ ତେଲ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଥାଏ ।ଏହି କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ କିଣାବିକାରେ ଚାପ ବଢ଼ିଛି ।
ତେଲ ଦର ବଢ଼ିବାର ସିଧାସଳଖ ପ୍ରଭାବ ଭାରତ ଭଳି ତେଲ ଆମଦାନୀ ନିର୍ଭର ଦେଶ ଉପରେ ପଡ଼ିପାରେ । ଏହାର ପ୍ରଭାବରେ ପେଟ୍ରୋଲ-ଡିଜେଲ ଦର, ପରିବହନ ଖର୍ଚ୍ଚ ଏବଂ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ନଜର ରହିଛି । ଅନ୍ୟପଟେ, ଯୁଦ୍ଧ ପରିସ୍ଥିତି ଓ ଅନ୍ତର୍ଜାତୀୟ ବଜାରର ଗତିବିଧି ଉପରେ ନିବେଶକ ଏବଂ ଅର୍ଥନୀତି ବିଶେଷଜ୍ଞମାନେ ନଜର ରଖିଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)
