ଭୁବନେଶ୍ୱର: ଓଡିଶା ପାଇଁ କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା । ୨ଟି ବଡ ରେଲୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଦୋହରୀକରଣ ହେବ ପାରାଦୀପ – ହରିଦାସପୁର ରେଲୱେ ଲାଇନ । ରାଜଖରୁସୁଆଁ -ଡାଙ୍ଗପୋଷି ୪ ଲେନକୁ ବି କ୍ୟାବିନେଟ ମଞ୍ଜୁରୀ ମିଳଛି । ୨ ରେଲୱେ ପ୍ରକଳ୍ପ ପାଇଁ ୩ ହଜାର ୯୦୭ କୋଟିର ବ୍ୟୟ ଅଟକଳ କରାଯାଇଛି ।
୨ଟି ପ୍ରକଳ୍ପ କାମ ୨୦୩୦-୩୧ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦୋହରୀକରଣ ହେଲେ ପାରାଦୀପ ମାଲବାହୀ ଟ୍ରେନ ଚଳାଚଳ କ୍ଷମତା ବଢିବ । ଲଜିଷ୍ଟିକ୍ସ ଖର୍ଚ୍ଚ କମିବ, ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ଅଧିକ ଗତି ମିଳିବ । ୨ଟି ପ୍ରକଳ୍ପ ଦ୍ୱାରା ଓଡିଶା ଓ ଝାଡଖଣ୍ଡର ୪ ଜିଲ୍ଲା ଉପକୃତ ହେବ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)
