ଏ’ କାଟାଗୋରୀରେ ଖଣିକ୍ଷତିଗ୍ରସ୍ତ , ମିଳୁନି ନିଯୁକ୍ତି- ଶେଷରେ ଗଣମାଧ୍ୟମର ଦ୍ବାରସ୍ଥ

ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ପ୍ରବିଣ କୁମାର ଷେଣ୍ଢ ଓ କାହ୍ନୁ ଚରଣ ଗୌଡ), ଅନୁଗୋଳ/ଗୋଡିବନ୍ଧ/ ରେଙ୍ଗାଳି, : ତାଳଚେର ଉପଖଣ୍ଡର କଣିହାଁ ବ୍ଲକର କଣିହାଁ ପୋଖରିଆ ଖଦାନ ପ୍ରକଳ୍ପରେ ନିଯୁକ୍ତିପାଇଁ ଦିର୍ଘବର୍ଷରୁ ଦୌଡ଼ିଦୌଡ଼ି ନୟାନ୍ତ ହେବାପରେ ଶେଷରେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଶ୍ରୀ ମୀନକେତନ ପଟ୍ଟନାୟକଙ୍କ ଜରିଆରେ ଗଣମାଧ୍ୟମର ଦ୍ବାରସ୍ଥ ହୋଇଛନ୍ତି ତେଲିସିଂହା ଗ୍ରାମର ହୃଦାନନ୍ଦ ସାହୁ । ଆଜି ସ୍ଥାନୀୟ ତୁଲସିରାମ ହୋଟେଲର ସଭାଗୃହରେ ଆହୁତ ଏକ ସାମ୍ବାଦିକ ସମ୍ମୀଳନୀରେ ପରିବାର ତରଫରୁ ସମସ୍ତ କାଗଜପତ୍ର ୮ ବର୍ଷହେବ ଏମସିଏଲରେ ଦାଖଲ କରିଥିଲେ ସୁଦ୍ଧା ନିଜର ଜ୍ୱାଇଁ ଜୟନ୍ତ ବିଶ୍ବାଳଙ୍କୁ ନିଯୁକ୍ତି ମିଳିନାହିଁ । ସୂଚନା ଯୋଗ୍ୟଯେ , ୧୯୮୯ ନିଯୁକ୍ତି ଓ ଥଇଥାନ ଆଇନର ଅତିରିକ୍ତ ସଚୀବଙ୍କ ପତ୍ରସଂଖ୍ୟା – ୬୨ ୨୮୫ତା ୨୬.୧୦.୮୯ରିଖରେ ଜମିକ୍ଷତିଗ୍ରସ୍ତଙ୍କ ଜ୍ୱାଇଁ ଉତରାଧିକାରୀ ସୂତ୍ରରେ ନିଯୁକ୍ତି ପାଇପାରିବେ ବୋଲି ନିଶ୍ଚିତ କରାଯାଇଛି । ଜମି ଓ ଘରଡ଼ିହ ହରାଇଥିବା ଶ୍ରୀ ସାହୁଙ୍କ ବୟସ ଚାକିରି ପାଇଁ ଅଧିକ ହେଉଥିବା ଦୃଷ୍ଟିରୁ ଲାଳନ – ପାଳନ କରୁଥିବା ଜ୍ୱାଇଁ ଶ୍ରୀ ଜୟନ୍ତ ବିଶ୍ବାଳଙ୍କୁ ଉତ୍ତରାଧିକାରୀ କାଗଜପତ୍ର ଓ ସମସ୍ତ ତଥ୍ୟ ନିଯୁକ୍ତି ପାଇଁ ପ୍ରଦାନ କରିଥିଲେ । ଦୁଇଟି ନିଯୁକ୍ତି ପାଇଁ ଏମସିଏଲ ପତ୍ର ମାଧ୍ୟମରେ କାଗଜପତ୍ର ଜମିକ୍ଷତିଗ୍ରସ୍ତ ଶ୍ରୀ ସାହୁଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ଅଧ୍ୟାବଧି ଏକକାଳୀନ ସହାୟତାରାଶି ପ୍ରଦାନକରି ଗୋଟିଏ ମାମଲାକୁ ରଦ୍ଦ କରିଛନ୍ତି । ଅନ୍ୟ ଏକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୮ ବର୍ଷପରେ ନିଯୁକ୍ତି ନଦେଇ ଏକକାଳୀନ ସହାୟତା ରାଶି ନେବାକୁ ହିତାଧିକାରୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା – ୩୩୪ | ତା – ୦୫.୦ ୨.୧୬ରିଖ ପତ୍ରସଇ – ୨ ୩୪୮ ତା ୨୭.୧୧.୧୭ରିଖରେ ଜ୍ୱାଇଁ ଜୟନ୍ତକୁ ନିଯୁକ୍ତି ପାଇଁ କାଗଜପତ୍ର ତୁରନ୍ତ କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା । ତାପରେ ବି ଏମସିଏଲ କର୍ତ୍ତୃପକ୍ଷ ନିଯୁକ୍ତି ନଦେବାରୁ ତାଳଚେର ଉପଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୭୧ | ତା – ୦୯.୦ ୧.୧୮ରିଖରେ ଏହି ମାମଲାର ସମାଧାନ ପୂର୍ବକ ରଫାଦଫା କରିବାକୁ କହିଥିଲେ । ଏମସିଏଲରେ ନିଯୁକ୍ତି ପାଇଁ ଉତରାଧିକାରୀ ସତ୍ଵପାଇଁ ସତ୍ୟପାଠ ଦାଖଲ କରିଥିବା ହୃଦାନନ୍ଦ ଙ୍କ ଜ୍ୱାଇଁଙ୍କୁ ନିଯୁକ୍ତି କାହିଁକି ମିଳୁନାହିଁବୋଲି ପ୍ରଶ୍ନ କରିଛନ୍ତି । ୧୯୮୯ର ନିଯୁକ୍ତି ଓ ଥଇଥାନ ନିତୀ ଅନୁସାରେ ଅନେକ ଖଣି କ୍ଷତିଗ୍ରସ୍ତଙ୍କ ଜ୍ୱାଇଁମାନେ ଯଦି ନିଯୁକ୍ତି ପାଇଛନ୍ତି ତାହେଲେ ମୋ ଜ୍ୱାଇଁଙ୍କୁ କାହିଁକି ନିଯୁକ୍ତି ନିମିଳିବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଯଦି ତାଙ୍କ ଜ୍ୱାଇଁଙ୍କୁ ନିଯୁକ୍ତି ନମିଳେ ତେବେ ପରିବାର ତରଫରୁ ସମୁହ ଆତ୍ମାହୁତି କରିବେ ବୋଲି ଆଜି ସେ ଷ୍ପଷ୍ଟ କରିବା ସହ ଏଥିପାଇଁ ପ୍ରଶାସନ ଓ ଏମସିଏଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।



