ଖରାପ ପାଗ ପାଇଁ ଅମରନାଥ ଯାତ୍ରାରେ ଅସ୍ଥାୟୀ ବ୍ରେକ୍, ଜୁଲାଇ ୧୯ରୁ ଯାତ୍ରା ବନ୍ଦ
ଶ୍ରୀନଗର: ଖରାପ ପାଗର ପୂର୍ବାନୁମାନକୁ ନେଇ ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୧୯ ତାରିଖରୁ ପହଲଗାମ ଏବଂ ବାଲଟାଲ—ଉଭୟ ମାର୍ଗରେ ଯାତ୍ରୀଙ୍କ ଆଗକୁ ଯିବା ଉପରେ ରୋକ୍ ଲାଗିବ।
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଖରାପ ପାଗ ନେଇ ଜାରି ହୋଇଥିବା ପୂର୍ବାନୁମାନ ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି। କାଶ୍ମୀର ଡିଭିଜନାଲ କମିଶନର ଅଂଶୁଲ ଗର୍ଗ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି।
ପ୍ରଶାସନ ଅନୁଯାୟୀ, ରବିବାରଠାରୁ ବାଲଟାଲ ଏବଂ ନୁନୱାନ/ଚନ୍ଦନୱାରୀ ବେସ୍ କ୍ୟାମ୍ପରୁ କୌଣସି ଯାତ୍ରୀଙ୍କୁ ଆଗକୁ ଯିବାକୁ ଅନୁମତି ମିଳିବ ନାହିଁ।
ପାଗର ସ୍ଥିତି ଓ ଯାତ୍ରା ମାର୍ଗର ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ମୂଲ୍ୟାୟନ ପରେ ଯାତ୍ରା ପୁନର୍ବାର ଆରମ୍ଭ କରାଯିବ। ଯାତ୍ରା କେବେ ପୁଣି ଆରମ୍ଭ ହେବ, ସେନେଇ ପରେ ଅଧିକାରୀମାନେ ଅପଡେଟ୍ ଜାରି କରିବେ।
ଏପର୍ଯ୍ୟନ୍ତ ଚଳିତ ବର୍ଷର ଅମରନାଥ ଯାତ୍ରାରେ ୩.୭୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଅମରନାଥ ଗୁମ୍ଫାରେ ଦର୍ଶନ କରିସାରିଛନ୍ତି।
ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅଧିକାରିକ ସୂଚନା ଅନୁସରଣ କରିବା ଏବଂ ଯାତ୍ରା ପୁନଃଆରମ୍ଭ ସମ୍ପର୍କରେ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


