ସମାଜ ସେବାରେ ବ୍ରତୀ ଶ୍ରୀମତୀ ସୌମ୍ୟାଶ୍ରୀ ମିଶ୍ର
ସ୍ୱାମୀ ଅଜୟ କୁମାର ମିଶ୍ର
ଘର ହାଉସିଙ୍ଗ ବୋର୍ଡ ଢେଙ୍କାନାଳ
ସମାଜସେବାର ସଂଘର୍ଷର କାହାଣୀ
2019 ନେହେରୁ ଯୁବ କେନ୍ଦ୍ର ସଙ୍ଗଠନରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।ସେତେବେଳେ ଥାଏ କୋଭିଡ ସମୟ ,ସାରା ବିଶ୍ୱ ଲକ୍ ଡାଉନ୍ ଭଳି ଏକ ଗମ୍ଭୀର ସ୍ଥିତିରେ ପହଞ୍ଚି ଯାଇଥିଲା।ସେତେବେଳେ ନିଜେ ଅଣ୍ଟା ଭିଡ଼ି ବାହାରିଲେ ସୌମ୍ୟା କିଛି ପିଲାଙ୍କୁ ଏକାଠି କରି ସେ ଢେଙ୍କାନାଳର ପ୍ରତିଟି ଗଳି କନ୍ଧି ବୁଲିଲେ ଓ ଲୋକଙ୍କୁ ଖାଦ୍ୟ ଔଷଧ ବାଣ୍ଟିଲେ।କିଛି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟରେ କିଛି ପଇସା ଏକାଠି କରି ଢେଙ୍କାନାଳର ବିଭିନ୍ନ ବ୍ଲକ୍ ଗଲେ।ସେଠାରେ ଖାଦ୍ୟ ଔଷଧ ବଣ୍ଟନ କାର୍ଯ୍ୟ କରିଲେ ଯେଉଁ ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଦରକାର ହେଉଥିଲା ସେଠି ପହଞ୍ଚି ପାରୁ ପର୍ଯ୍ୟନ୍ତ ସେବା କରିବାରେ ଲାଗିଲେ।ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ।ଯେଉଁ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିଲା ସେଠାରେ ସୌମ୍ୟା ପହଞ୍ଚି ସରକାରଙ୍କ ସହାୟତାରେ ହିତାଧିକାରୀଙ୍କୁ ଆବାସ ଯୋଜନା ଓ ଭତା ଦେବାରେ ସାହାଯ୍ୟ କରିଲେ।
ସେଥିପାଇଁ ତାଙ୍କୁ ବହୁତ ସ୍ୱର୍ଥାବାଦୀ ଲୋକଙ୍କ ଧମକ ଆସିବା ଆରମ୍ଭ ହେଲା।ସେଥିରେ ସୌମ୍ୟା ବିଚଳିତ ନ ହୋଇ ନିଜ କାମ ଜାରି ରଖିଲେ। କୋଭିଡ୍ ସମୟରେ ରାତିଦିନ ଏକ କରି ସେ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ।ସେହି ସମୟରେ ସୌମ୍ୟା ଓ ତାଙ୍କର କିଛି ବନ୍ଧୁ ମିଶି ଗୋଟିଏ ଅତି ଗରିବ ଲୋକର ଘରକୁ ଖାଦ୍ୟ ଦେବାକୁ ଯାଇଥିଲେ।ସେ ଦେଖିଲେ ସେହି ଘରେ କେବଳ ଚାଳ ଅଛି ଗୋଟିଏ ଯାଗାରେ ମଣିଷ ଛେଳି ଆଉ କୁକୁଡ଼ା ରହୁଛନ୍ତି ସୌମ୍ୟାଙ୍କ ମନକୁ ଏହା ଗଭୀର ଆଘାତ ଦେଲା ସେ ଖାଦ୍ୟ ଦେଇ ଆସିଲା ପରେ ଢେଙ୍କାନାଳର କିଛି ଜଣାଶୁଣା ବ୍ୟକ୍ତି ସୌମ୍ୟ ରଞ୍ଜନ ପାଢ଼ୀ(ବିଉଟି ପ୍ୟାଲେସ)ଦେବବ୍ରତ ମହାନ୍ତି(ଶ୍ରୀରାମ ମଣ୍ଡପ) ରାଜେଶ୍ ସୋନି (ଶ୍ରୀ ଗଣେଶ ଜୁଏଲର) କଥା ହୋଇଥିଲେ ଓ ପରିଶେଷରେ ଏକ ନୂତନ ଘର ତିଆରି କରିଥିଲେ।ଏଥିରେ ଉତ୍କଳ ଆଜବେଷ୍ଟ୍ ମଧ୍ୟ ବିନା ମୂଲ୍ୟରେ ଆଜବେଷ୍ଟ ଯୋଗାଇ ଦେଇଥିଲା।ଓ B.k ଇଟା ଭାଟି ସୁଲଭ ମୂଲ୍ୟରେ ଇଟା ଯୋଗାଇ ସାହାଯ୍ୟର ହାତ ବଢ଼ାଇ ଥିଲେ।
ତାମିଲନାଡୁରେ ଢେଙ୍କାନାଳର ଏକ କୁନିଝିଅ SMA type 1 ରୋଗରେ ପୀଡ଼ିତ ଥିଲା।କୁନି ଝିଅର ମା ସୌମ୍ୟାଙ୍କ ପାଖକୁ ଆସି ଏହା ଜଣାଇଲେ।ସୌମ୍ୟା ଟୁଇଟର ମାଧ୍ୟମରେ ଏହା ତାମିଲନାଡୁ ସରକାରଙ୍କୁ ଅବଗତ କରାଇଥିଲେ। ତା ପରେ କୁନିଝିଅର ଚିକିତ୍ସା ସଂପୂର୍ଣ
ମାଗଣାରେ ହୋଇଥିଲା।
କର୍କଟ ରୋଗ ହେଉ କି AIDS ଭଳି ମହାମାରୀ ହେଉ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ମାଗଣା ସେବା ସୌମ୍ୟା ରୋଗୀ ମାନଙ୍କୁ କରାଇ ଦିଅନ୍ତି।
ସୌମ୍ୟା ସର୍ବଦା କହନ୍ତି ଲୋକଙ୍କ ସାହାଯ୍ୟରେ ସେ ସମାଜସେବା କରିବା ପାଇଁ ସକ୍ଷମ ହୋଇଛନ୍ତି।କୌଣସି ଶ୍ରେୟ କେବେ ନିଜେ ନବାକୁ ଚେଷ୍ଟା କରି ନାହାନ୍ତି।ନିଉ ଇଣ୍ଡିଆ ମାଲିକ ଶେଷଦେବ ରାଉତଙ୍କୁ ନିଜ ସମାଜସେବା ଗୁରୁ ମାନନ୍ତି।
ବର୍ତ୍ତମାନ ଘରପୋଡି ହେଉ କି କାହାକୁ ସିଲେଇ ମେସିନ୍ ପ୍ରଦାନ, ହୁଇଲ୍ ଚେୟାର ପ୍ରଦାନ,ରକ୍ତ ଦାନ,ବୃକ୍ଷ ରୋପଣ, ସବୁଥିରେ ସୌମ୍ୟା ଆଗରେ ଥାନ୍ତି।
ବର୍ତ୍ତମାନ ସେ ଯୋଗାଯୋଗ ବିଛିନ୍ନ ଅଞ୍ଚଳକୁ ଯାଇ କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି। ଏଥିପାଇଁ ଓଡ଼ିଶାର ବହୁ ସଙ୍ଗଠନରୁ ସେ ପୁରସ୍କାର ପାଇଛନ୍ତି।
ସବୁ ସମୟରେ ସେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ରଖନ୍ତି।ପରିବାର ଜଞ୍ଜାଳରୁ ସମୟ କାଢ଼ି ସେବା କରୁଥିବା ବେଳେ ବହୁବାର ସମାଲୋଚନା ଓ ଧମକର ଶିକାର ହୋଇଛନ୍ତି।ସେ ସବୁକୁ ଖାତିର ନ କରି ସମାଜସେବା କୁ ନିଜ ବ୍ରତ ଭାବି ଦେଇଛନ୍ତି। ଓ ସେ ପ୍ରତିଜ୍ଞା କରିଛନ୍ତି ଶେଷ ନିଶ୍ୱାସ ଯାଏଁ ସେ ସମାଜସେବା କରିବେ।



