ରତ୍ନଗର୍ଭା କେନ୍ଦୁଝରଜିଲ୍ଲା ଖଣି ଅଞ୍ଚଳବାସିନ୍ଦା ମାନଙ୍କ ଦୁର୍ଦ୍ଦଶା କହିବା କାହାକୁ ଶୁଣିବ କିଏ
ରତ୍ନଗର୍ଭା କେନ୍ଦୁଝର ଜିଲ୍ଲା ବାସୀଙ୍କ ଦୁର୍ଦ୍ଦଶା କହିଲେ ନସରେ। ସର୍ବ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ପ୍ରାୟତ ସାରା ଯୋଡ଼ା ଅଞ୍ଚଳ ସାରା ବିଶ୍ୱରେ ପରିଚିତ। ଏ ଅଞ୍ଚଳରୁ ସରକାର କୋଟିକୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଏ ଅଞ୍ଚଳରେ ବିକାଶ ଯେମିତି ସାତ ସପନ। ଯୋଡ଼ା ବ୍ଲକର ଚାରୋଟି ପଞ୍ଚାୟତ ସ୍ୱାସ୍ଥ୍ୟ, ଗମନା ଗମନ ଓ ମୁଖ୍ୟତଃ ପାନୀୟ ଜଳରୁ ବଞ୍ଚିତ ଏହି ଅଞ୍ଚଳ ବାସୀ। ଚାରୋଟି ପଞ୍ଚାୟତର ୨୦ହଜାରରୁ ଉର୍ଦ୍ଧ ଲୋକ ପିଇବା ପାଣି ପାଇବା ପାଇଁ ଭରସା କରିଛନ୍ତି ନାଳକୁ। ସରକାର ଘର ଘରକା ପାଣି ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ବେଳେ ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ବି ଅଚଳ ହୋଇ ପଡିଛି। ଫଳରେ ଦୁଇ ମାସରୁ ଉର୍ଦ୍ଧ ହେବ ଲୋକମାନେ ଆଶ୍ରା କରୁଛନ୍ତି ଖଣି ଖାଦାନର ବର୍ଜ୍ୟବସ୍ତୁ ବହିଯାଉ ଥିବା ପାଣି ନାଳ ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଛନ୍ତି। ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କଲା ପରେବି ନଜାଣିବା ଭଳି ଆଖିବୁଜି ଚୁପ ହୋଇ ବସିଛି ପ୍ରଶାସନ। ଯାହାଦ୍ୱାରା ବିଭିନ୍ନ ରୋଗର ଶିକାର ହେଉଛନ୍ତି ଅଞ୍ଚଳ ବାସୀ। ସେହିପରି ବାମେବାରୀ ଯୋଡାରୁ ପଳାସପଙ୍ଗା ସଂଯୋଗ କରୁଥିବା ରାସ୍ତା ମରଣ ଯନ୍ତା ପାଲଟିଛି। ବାରମ୍ବାର ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳ ବାସୀନ୍ଦା। ଗତ ବର୍ଷ ରଥଯାତ୍ରା ସମୟରେ କାଦୁଅରେ ଫସି ରହିଥିଲା ରଥ। ଶେଷରେ ଲୋକମାନେ କାନ୍ଧରେ ବୋହି ବୋହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମାଉସୀମା ମନ୍ଦିରକୁ ନେଇଥିଲେ। ଏବର୍ଷ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। କାଦୁଅରେ ଫସି ରହିଲା ରଥ। ଶେଷରେ ବହୁ କଷ୍ଟରେ ଠାକୁରଙ୍କୁ ମାଉସୀମା ମନ୍ଦିର ନିଆ ଯାଇଥିଲା। କେବେ ଅଞ୍ଚଳ ବାସୀ ପାଣି ଓ ରାସ୍ତା ସମସ୍ୟାରୁ ମୁକ୍ତି ପାଇବେ ତାହା ଦେଖିବାକୁ ବାକି ରହିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।


