ପୁଣିଭାଙ୍ଗିଲା ନିର୍ମାଣଧୀନ କାନପୁର ନଦୀବନ୍ଧ ପ୍ରକଳ୍ପର ଅସ୍ଥାୟୀ ମାଟି କଫର ଡ୍ୟାମ୍ ଭାଙ୍ଗିଲା।

ପୁଣିଭାଙ୍ଗିଲା ନିର୍ମାଣ ଧିନ କାନପୁର ଜଳସେଚନ ପ୍ରକଳ୍ପର ଅସ୍ଥାୟୀ ମାଟି କପର ଡ୍ୟାମ୍ , ଦ୍ୟାମ ସୁରକ୍ଷିତ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ବାସୁଦେବପୁର ଠାରେ ନିର୍ମାଣଧିନ କାନପୁର ନଦୀବନ୍ଧ ପ୍ରକଳ୍ପରେ ବଢିଛି ଜଳସ୍ତର । ଡ୍ୟାମର ସ୍ପିଲଓ୍ବେ ନିର୍ମାଣ କାମ ପାଇଁ ସ୍ପିଲଓ୍ବେ ନିକଟରେ ଏକମାଟିର ବନ୍ଧ
(କଫରଡ୍ୟାମ) ନିର୍ମାଣ କରାଯାଇଥିଲା। ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ବିପୁଳ ପରିମାଣର ବର୍ଷା ପାଣି ପ୍ରବେଶ କରୁଥିବା ରୁ କଫରଡ୍ୟାମଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି l ଅଧିକ ପରିମାଣରେ ପାଣି ସିପେଜ୍ ଦେଖାଯାଇଥିବାରୁ କଫରଡ୍ୟାମ ଭାଙ୍ଗି ଯାଇଛି lଏଣୁ ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ବ୍ୟବସ୍ଥା ସ୍ବରୂପ ଡ଼୍ୟାମ ତଳେ ଥିବା ଗ୍ରାମ ଗୁଡ଼ିକୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଡ୍ୟାମର ସ୍ଥିତି ପରଖିବା ପାଇଁ ଗତ କାଲିଠାରୁ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ଡ୍ୟାମ କର୍ତୃପକ୍ଷ ଙ୍କ ସହିତ ଘନଘନ ଡ୍ୟାମ ପରିଦର୍ଶନ କରି ଡ୍ୟାମର ସ୍ଥିତି ପରଖିଛନ୍ତି । ଲୋକଙ୍କୁ ନଦୀ ନିକଟକୁ ନ ଯିବା,
ନଦୀ ପାର ହେବା କିମ୍ବା ପାଣିରେ ପ୍ରବେଶ ନ କରିବାକୁ
, ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ ନଦୀଠାରୁ ଦୂରରେ ରଖିବା
, ପ୍ରଶାସନ ପକ୍ଷରୁ କୌଣସି ସୂଚନା କିମ୍ବା ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଗଲେ ତୁରନ୍ତ ପାଳନ କରିବା
, ଗୁଜବ ପ୍ରଚାର ନ କରିବାକୁ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବା
ସହିତ ସହଯୋଗ ଓ ସତର୍କତା ଅବଲମ୍ବନ କରିବାକୁ
ସତର୍କ କରାଯାଇଛି ।ଜଳସ୍ଥର ବୃଦ୍ଧି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୬ ଟି ଗେଟ୍ ଖୋଲା ଯାଇଥିବା ନେଇ ସୂଚନା। ପରିସ୍ଥିତିକୁ ଦେଖି ଆଗକୁ ଅନ୍ୟ ଗେଟ୍ ଖୋଲାଯାଇ ପାରେ ବୋଲି ସୂଚନା ରହିଛି।
ଜଳସମ୍ପଦ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ କାନପୁର ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ କଲେ । ଆଜି ଜଳ ସମ୍ପଦ ପ୍ରମୁଖ ଶାସନ ସଚିବଙ୍କ ବୈତରଣୀ ନଦୀରେ ନିର୍ମିତ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ବନ୍ୟାସ୍ଥିତି ସମୀକ୍ଷା କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



