ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଂଝାରପୁର ବିଜେଡି
ଯାଜପୁର_ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ବଜାରରେ ଆଜି ବିଂଝାରପୁର ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୁଜାରୀ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ବିଂଝାରପୁର ବିଜେପି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଚଳିତ ବନ୍ୟାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳତା ବୋଲି ମତପ୍ରକାଶ ପାଇଛି।ଆଜିର ଏହି କୁଶପୁତ୍ତଳିକା ଦାହ ସମୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ,ଦିଲ୍ଲିପ ରାଉଳ , ମୁରଲି ବେହେରା, ଖଗେଶ୍ୱର ମହାନ୍ତି,ପ୍ରଦୀପ ମଲ୍ଲିକ, ନିତ୍ୟାନନ୍ଦ ରାଉତ,କପିଳା ସରପଞ ,ଚିକଣାର ପୁର୍ବତନ ସରପଞ୍ଚ ଧ୍ରୁବ ଚରଣ ସେଠୀ, ରଣପୁର ପୃର୍ବତନ ସରପଞ,ଗୁହାଳି ର ସରପଞ , ସିଂହପୁର ର ସରପଞ୍ଚ ଶଶାଙ୍କ ଶେଖର ଖିଲାର,ହଳଦିଡିହ ର ସରପଞ୍ଚଙ୍କ ପ୍ରତିନିଧି ରଶ୍ମି ରଞ୍ଜନ ନାୟକ, ବିଂଝାରପୁର ର ସରପଞ୍ଚଙ୍କ ପ୍ରତିନିଧି ,ବାଙ୍ଗରା ପୃର୍ବତନ ସରପଞ ଧିରେନ ଯେନା ,ଜରି ର ପୃର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର,ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ।



