Error: Contact form not found.

ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି
(ଜେ ବି ଏନ /ସୁଶାନ୍ତ କୁମାର) ୨୦ /୧୨ /୨୦୨୦ ଅନୁଗୋଳ : ଓଡିଶା ମୋ ପରିବାର ଓ ବିଜୁ ଯୁବ ଜନତା ଦଳର ମିଳିତ ଆନୁକୂଲ୍ୟ ରେ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ୫୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଅଭିଯାନ ରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଯୋଗଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ମହେନ୍ଦ୍ର ବସ୍ତିଆ, ଓଡିଶା ମୋ ପରିବାର ସହ ସଂଯୋଜକ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ ଉପସ୍ଥିତ ଥିଲେ। ରାଜ୍ୟ ଉପସଭାପତି,ବିଜୁ ଯୁବ ଜନତା ଦଳ ସୁଜିତ ଦ୍ବିବେଦୀ ,ଜିଲ୍ଲା ଉପସଭାପତି ବିଜୁ ଯୁବ ଜନତାଦଳ ସରୋଜ ନାୟକ, ଯୁବ ନେତା ଅରୁଣାଭ ସିଂହ, ଅଜିତ ଦ୍ବିବେଦୀ, ଜିଲ୍ଲା ଯୁବ ଜନତା ଦଳ ସମ୍ପାଦକ ପ୍ରବୀଣ ସାମଲ, ସିଲୁ ସ୍ୱାଇଁ ପ୍ରମୁଖ ଭାବେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।



