“ପାରାଦ୍ଵୀପ ହାଇଦ୍ରାବାଦ୍ ପାଇପ୍ ଲାଇନ୍ ପ୍ରକଳ୍ପ କାର୍ଯ୍ୟ କୁ ବିରୋଧ କରି ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ

ଜେ ବି ଏନ, ୨୦/୧୨/୨୦୨୦, (ବ୍ୟୁରୋ ରିପୋର୍ଟ, JRP), ଜଗତସିଂହପୁର : ପାରାଦ୍ୱୀପ ଠାରେ ହାଇଦ୍ରାବାଦ ପାଇପ୍ ଲାଇନ୍ ପ୍ରକଳ୍ପ କାର୍ଯ୍ୟକୁ ଢ଼ିଙ୍କିଆ ଗ୍ରାମବାସୀମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି ! ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ସହିତ ଆଲୋଚନା ବିଫଳ ହେବା ପରେ ଗ୍ରାମ ବାସି ସପ୍ତାହକ ମଧ୍ୟରେ ଗୋଚର ଜମିରୁ ପାଇପ୍ ହଟାଇ ବାକୁ ଦାବି କରିଥିଲେ ! ନଚେତ ଯାହା ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଏକ ଚିଠି ସକ୍ଷମ ପ୍ରାଧିକାରୀ, ଭୁବନେଶ୍ୱର, ଓ ପାରାଦ୍ଵୀପ ହାଇଦ୍ରାବାଦ୍ ପାଇପ୍ ଲାଇନ୍ ପ୍ରତିନିଧି ଙ୍କ ପାଖକୁ ପ୍ରେରଣ କରାଯାଇଥିଲା; ! ହେଲେ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଭୃକ୍ଷେପ କରିନଥିଲେ କି ପାଇପ ଲାଇନ ହଟାଇ ନ ଥିଲେ ଏହାର ପ୍ରତିବାଦରେ ମା ଫୁଲାଖାଇ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ ସଭା ର ଆୟୋଜନ କରିଥିଲେ; ! ଶହ ଶହ ବର୍ଷ ଧରି ବସ ବାସ ଓ ଜୀବିକା ନିର୍ବାହ କରୁଥିବା ଜଙ୍ଗଲ ଜମିର ପଟ୍ଟାପ୍ରଦାନ କରିବା ! ଦୀର୍ଘ ଦିନ ଧରି ପୋସ୍କ କମ୍ପାନୀ ସମୟରେ ରୁଜୁ କରାଯାଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରିବା ! ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ମାନଙ୍କୁ ନିଯୁକ୍ତି ଦେବା ଦାବି ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ , ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ! ଏସମସ୍ତ କାର୍ଯ୍ୟକ୍ରମ କୁ ମୁରଲୀ ଧର ସାହୁ, ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ, ଅକ୍ଷୟ ଦାସ୍, ଶ୍ରୀଧର ଭୋଳ, ଚନ୍ଦନ ମହାନ୍ତି, ସଞ୍ଜୟ ବେଉରା, ସୁର ରାଉତ, ଭମର ଦାସ୍,ପ୍ରକାଶ ଜେନା, ପ୍ରମୁଖ ନେତୃତ୍ୱ ନେଇଥିଲେ !




