ନିର୍ବାଚନ ପ୍ରକ୍ରିୟାରେ ଯୁବ ସହଭାଗିତା ବୃଦ୍ଧି ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆହ୍ୱାନ; ‘ଇଏଲସି ୨.୦’ ଶୁଭାରମ୍ଭ
ପାଟନା: ଭାରତ ନିର୍ବାଚନ ଆୟୋଗ (ECI) ପକ୍ଷରୁ ପାଟନାର ଜ୍ଞାନ ଭବନଠାରେ ଆୟୋଜିତ ‘ଇଲେକ୍ଟୋରାଲ ଲିଟରେସି କ୍ଲବ୍ସ ଆଣ୍ଡ ଇସିଆଇନେଟ୍’ ସମ୍ମିଳନୀରେ ନୂତନ ‘ଇଏଲସି ୨.୦’ (ELC 2.0) ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଉଦବୋଧନ ଦେଇ କହିଛନ୍ତି ଯେ ନିର୍ବାଚନ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ବିଶ୍ୱାସ ସୁଦୃଢ଼ କରିବା ଏବଂ ଗଣତାନ୍ତ୍ରିକ ସଚେତନତା ବଢ଼ାଇବାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଭାରତରେ ସମ୍ବିଧାନ ଓ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ସ୍ୱଚ୍ଛ ଭାବେ ନିର୍ବାଚନ ପରିଚାଳନା କରାଯାଉଛି ବୋଲି ସେ ଦୋହରାଇଥିଲେ। ଛାତ୍ରଛାତ୍ରୀ ତଥା ଯୁବ ଭୋଟରଙ୍କୁ ଭୋଟର ପଞ୍ଜୀକରଣ, ମତଦାନ ଏବଂ ଭୋଟ ଗଣତି ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବା ପାଇଁ ‘ଇଏଲସି ୨.୦’ ଅଧୀନରେ ବର୍ଷସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ଅବସରରେ କ୍ଲବର ନୂତନ ଲୋଗୋ ଏବଂ ଟ୍ୟାଗଲାଇନ୍ “ଗଣତନ୍ତ୍ର ଶିଖନ୍ତୁ, ଗଣତନ୍ତ୍ରର ନେତୃତ୍ୱ ନିଅନ୍ତୁ” (Learn Democracy. Lead Democracy) ଉନ୍ମୋଚିତ ହୋଇଛି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-15-scaled.jpg)