ଏଆଇଟିୟୁସିର ତାଳଚେରରେ ୧୪ତମ ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ତାଳଚେର ୧୮/୦୮ ଏଆଇଟିୟୁସିର ରାଜ୍ୟ କମିଟି ବୈଠକ ତାଳଚେରର ଭରତପୁର ଠାରେ ତାଳଚେର କୋଲ୍ ମାଇନିଙ୍ଗ ଏମ୍ପ୍ଲୟିଜ ୟୁନିୟନ କାର୍ଯ୍ୟଳୟ ଠାରେ ଏଆଇଟିୟୁସିର ଜିଲ୍ଲା ସଭାପତି ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ବୈଠକରେ ଆଗାମୀ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏଆଇଟିୟୁସିର ୧୪ତମ ରାଜ୍ୟ ସମ୍ମିଳନୀ ଦେଉଳବେଡ଼ାର ଦୁର୍ଗା ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ବୈଠକରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ବିଜୟ ଜେନା ଯୋଗ ଦେଇ ଆଗାମୀ ଅକ୍ଟୋବର ୩୧ ତାରିଖ ଦିନ ୫ହଜାର ଶ୍ରମିକ ଖୋଲା ଅଧିବେଶନରେ ଯୋଗ ଦେବେ, ଏହି ଦିନ ଦୁଇଟି ଶୋଭାଯାତ୍ରା ତାଳଚେର ରେଲୱେ ଷ୍ଟେସନ ଓ ତାଳଚେର ବସଷ୍ଟାଣ୍ଡ ଠାରୁ ବାହାରି ଖୋଲା ଅଧିବେଶନରେ ଯୋଗ ଦେବେ। ଏହି ଖୋଲା ଅଧିବେଶନରେ ଏଆଇଟିୟୁସିର ସର୍ବଭାରତୀୟ ସଭାପତି ପୂର୍ବତନ ଏମପି ରମେନ୍ଦ୍ର କୁମାର ଓ ସମ୍ପାଦିକା ଅମରଜିତ୍ କୈର ଯୋଗ ଦେବେ। ଏଥିରେ ଏଆଇଟିୟୁସିର ରାଜ୍ୟ ସଭାପତି ଅଶୋକ ଦାସ ଅଧ୍ୟକ୍ଷତା କରିବେ। ତିନି ଦିନ ଧରି ଏହି ସମ୍ମିଳନୀରେ ରାଜ୍ୟର ୪ଶହ ଶ୍ରମିକ ପ୍ରତିନିଧି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିବେ। ଏହି ପ୍ରସ୍ତୁତି ବୈଠକରେ ତାଳଚେର କୋଲ୍ ମାଇନିଙ୍ଗ ଏମ୍ପ୍ଲୟିଜ ୟୁନିୟନର ସାଧାରଣ ସଂପାଦକ ଏସ୍ କେ ଶର୍ମା, ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ସମ୍ପାଦକ ସତ୍ୟବାଦୀ ବାଘ, ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ସମ୍ପାଦିକା ହରପ୍ରିୟା ସ୍ବାଇଁ, ଢେଙ୍କାନାଳ ଅଙ୍ଗନବାଡ଼ି କର୍ମୀ ସଂଘ ସଭାପତି ମଳୟ ମଞ୍ଜରୀ ଜେନା, ସମ୍ପାଦିକା ସୁଫଳା ମହାପାତ୍ର, କୋଇଲା ଖଣି ନେତା ସିମା ମଣ୍ଡଳ, ବୃନ୍ଦାବନ ଲେଙ୍କା,ସୁଲେଖ ସେଠୀ,ସମିର ବେହେରା ସମେତ ଆଶା ଅଙ୍ଗନବାଡ଼ି ପାଚିକା ବିଦ୍ୟୁତ ନିର୍ମାଣ ଶ୍ରମିକ ସିଆରପି, କୋଇଲା ଖଣିର ବିଭିନ୍ନ ପ୍ରତିନିଧି ଯୋଗଦେଇଥିଲେ

August 18, 2026/
No Comments


